Home ଜିଲ୍ଲା ପରିକ୍ରମା ପୋଲତଳକୁ ଖସିପଡିଲା ସିମେଂଟ ବୋଝେଇ ଟ୍ରକ୍

ପୋଲତଳକୁ ଖସିପଡିଲା ସିମେଂଟ ବୋଝେଇ ଟ୍ରକ୍

12

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ୧୬ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ସିମେଂଟ ବୋଝେଇ ଟ୍ରକ୍ ପୋଲ ତଳକୁ ଖସିପଡିଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ସିମେଂଟ ବୋଝେଇ ଟ୍ରକ୍‌ର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାତି ୩.୧୫ ସମୟରେ ୧୬ନଂ ଜାତୀୟ ରାଜପଥର ଚରମ୍ପା ନିକଟରେ ଏକ ପୋଲ ତଳକୁ ଖସିପଡିଛି। ଯାହାଫଳରେ ଟ୍ରକ୍‌ରେ ଥିବା ସିମେଂଟ ଗୁଡିକ ପ୍ରାୟ ନଷ୍ଟହୋଇଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇନଥିବାର ଜଣାପଡିଛି। ଟ୍ରକ୍‌ଟି ପୋଲ ତଳକୁ ଖସିପଡିବା ଫଳରେ କିଛିଘଂଟା ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ପହଂଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.