Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠରେ ଗଡିଲା ଚତୁର୍ଦ୍ଧାମୂର୍ତୀଙ୍କ ରଥ

ଆଖଣ୍ଡଳମଣିଙ୍କ ପୀଠରେ ଗଡିଲା ଚତୁର୍ଦ୍ଧାମୂର୍ତୀଙ୍କ ରଥ

26

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଷାଢମାସ ଶୁକ୍ଳପକ୍ଷ ଦ୍ୱିତୀୟ ତିଥି ଅର୍ଥାତ ପବିତ୍ର ରଥଯାତ୍ରା ଅବସରରେ ଶୈବପୀଠ ଆଖଣ୍ଡଳମଣିଙ୍କ ଧାମରେ ଥିବା ଜଗନ୍ନାଥଙ୍କ ମନ୍ଦିର ସହ ସତ୍ୟବ୍ରତ ପାଢୀ, ଭଗବାନ ରଣା ସାହିରେ ରୀତିନୀତି ଅନୁଯାୟୀ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଛି। ଅପରାହ୍ଣରେ ଚତୁର୍ଦ୍ଧାମୂର୍ତୀଙ୍କୁ ପହଣ୍ଡି କରାଯାଇ ରଥାରୂଢ କରାଯାଇ ଭକ୍ତମାନଙ୍କ ଦ୍ୱାରା ରଥଟଣା ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ରଥ ଟାଣିଟାଣି ନେଇ ମାଉସୀମା ଘରେ ପହଁଚାଇବା ପରେ ଯଥା ବିଧି ଅନୁସାରେ ମହାପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା। ସେହିପରି ଭୂଇଁପୁର ଜଗନ୍ନାଥ ମନ୍ଦିର, ନାନ୍ଦପୁର, ମଠଡିହ ଓଳଗ, ଦୋହରାପାଟଣା, ସୁନ୍ଦରପୁର ଆଦି ଅଂଚଳରେ ଧୁମଧାମର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.