Home ଜିଲ୍ଲା ପରିକ୍ରମା ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ଠାରୁ ମୋଦି ସରକାରଙ୍କ ୧୧ ବର୍ଷର ଆନୁଷ୍ଠାନିକ ଜରୁରୀକାଳୀନ ପରିସ୍ଥିତି...

୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ଠାରୁ ମୋଦି ସରକାରଙ୍କ ୧୧ ବର୍ଷର ଆନୁଷ୍ଠାନିକ ଜରୁରୀକାଳୀନ ପରିସ୍ଥିତି ଅଧିକ ଭୟଙ୍କର: ସିପିଆଇ(ଏମ)

22

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟରାତ୍ରିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀ ଦେଶରେ ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆମ ଦେଶର ବିରୋଧୀ ରାଜନୈତିକ ଦଳମାନଙ୍କ ନେତୃବୃନ୍ଦ, ସାମ୍ବାଦିକ, ବୁଦ୍ଧିଜୀବି, ଛାତ୍ର, ଯୁବକ, ଅଧ୍ୟାପକ, ପ୍ରାଧ୍ୟାପକ, ଐତିହାସିକ, ଚିତ୍ରକର ମାନଙ୍କୁ ଗିରଫ କରିଥିଲେ । ଠିକ୍ ସେହିପରି ମୋଦି ସରକାରଙ୍କ ୧୧ ବର୍ଷର ଆନୁଷ୍ଠାନିକ ଜରୁରୀକାଳୀନ ପରିସ୍ଥିତି ରେ ସିବିଆଇ ବିଚାରପତି ଜଷ୍ଟିସ ଲୋୟା, ବୁଦ୍ଧିଜୀବି ନରେନ୍ଦ୍ର ଦାଭୋଲକର, ଗୋବିନ୍ଦ ପାନସାରେ, ଆନ୍ତର୍ଜାତିକ ସାମ୍ବାଦିକା ତଥା ଲଙ୍କେଶ ପତ୍ରିକାର ସମ୍ପାଦିକା ଗୌରୀ ଲଙ୍କେଶ, ସଂଖ୍ୟାଲଘୁ ସଂପ୍ରଦାୟର ମଣିଷ ପେହେଲୁ ଖାନ୍‌, ଆକବର ଖାନ୍ ଙ୍କ ସମେତ ଆମ ଦେଶର ପ୍ରାୟ ୪୧୦ ଜଣ ଭାରତୀୟ ନାଗରିକଙ୍କୁ ଭିଡହିଂସା ମାଧ୍ୟମରେ ଦକ୍ଷିଣପନ୍ଥୀ ଶକ୍ତି ହତ୍ୟା କରିଛି । ୟୁଏପିଏ ଆଇନ ବଳରେ ଆମ ଦେଶର ୯୦୦ ବୁଦ୍ଧିଜୀବି ମାନଙ୍କୁ ମୋଦି ସରକାର ଜେଲଖାନାରେ ଭର୍ତି କରିଛନ୍ତି । ଗୁଜରାଟ ଦଂଗା କୁ ବିରୋଧ କରିଥିବା ଗୁଜରାଟ ର ତତ୍କାଳୀନ ଡିଆଇଜି ଆଇପିଏସ ବଞ୍ଜରା ଙ୍କୁ ନରେନ୍ଦ୍ର ମୋଦି ସରକାର ଆଜୀବନ ଜେଲଖାନାରେ ଭର୍ତି କରିଛନ୍ତି । ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ନେତା ଉମର ଖଲିଦଙ୍କୁ ବିନା ବିଚାର ରେ ଅମିତ ଶାହାଙ୍କ ଅଧିନରେ ଥିବା ଦିଲ୍ଲୀ ପୋଲିସ ଜେଲଖାନାରେ ଭର୍ତି କରିଛନ୍ତି । ଇଡି କୁ ରାଜନୈତିକ ଆୟୁଧ କରି ବିରୋଧୀ ଦଳର ତୁଙ୍ଗ ନେତୃତ୍ୱ ଙ୍କୁ ମୋଦି ସରକାର ଜେଲଖାନାରେ ଭର୍ତି କରୁଛନ୍ତି । ମୋଦି ସରକାର ସମୟରେ ଆମ ଦେଶର ସଂଘୀୟ ବ୍ୟବସ୍ଥା,ଗଣତନ୍ତ୍ର, ସମ୍ବିଧାନ, ସଂସଦୀୟ ଗଣତନ୍ତ୍ର ବିପନ୍ନ ହୋଇଛି । ମଣିପୁର ରାଜ୍ୟରେ ମହିଳା ମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତା ମାନେ ଲଙ୍ଗଳା କରି ରାସ୍ତାରେ ଚଲାଇବା ଘଟଣା ସାରା ବିଶ୍ୱରେ ଆମ ଦେଶକୁ ନିନ୍ଦିତ କରିଛି । ସିଏଏ- ଏନ୍ ଆରସି – ଏନ୍ ପିଆର ଆଇନ ଆଣି ସାଂପ୍ରଦାୟିକ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ମୁସଲିମ ସଂପ୍ରଦାୟ ର ଧର୍ମୀୟ ସଂପତି କୁ କର୍ପୋରେଟ ହଡପ କରିବା ପାଇଁ ୱାକଫ ବୋର୍ଡ ସଂଶୋଧନ ଆଇନ ଆଣି ଦେଶରେ ସାଂପ୍ରଦାୟିକ ଉତେଜନା ସୃଷ୍ଟି କରିଛନ୍ତି । ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ସମୟରେ ଆମ ଦେଶ ଆମେରିକା ସାମ୍ରାଜ୍ୟବାଦ ପାଖରେ ମୁଣ୍ଡ ନୁଆଁଇ ନଥିବା ବେଳେ ଆମ ଦେଶର ସାର୍ବଭୌମତ୍ୱ ଓ ସ୍ୱାଧୀନ ବୈଦେଶିକ ନୀତିକୁ ଜଳାଞ୍ଜଳି ଦେଇ ମୋଦୀ ସରକାର ଆନ୍ତର୍ଜାତିକ ଯୁଦ୍ଧ ଅପରାଧୀ ଯୁକ୍ତରାଷ୍ଟ୍ର ଆମେରିକା ସରକାରର କନିଷ୍ଠ ସହଯୋଗୀ ହେବାକୁ ମୋଦି ସରକାର ଚେଷ୍ଟା କରୁଛନ୍ତି । ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ଠାରୁ ମୋଦି ସରକାରଙ୍କ ଆନୁଷ୍ଠାନିକ ଏକଛତ୍ରବାଦ- ସାଂପ୍ରଦାୟିକ- କର୍ପୋରେଟ କୁଚକ୍ର ବିରୁଦ୍ଧରେ ଲଢେଇ କରିବାକୁ ସିପିଆଇ(ଏମ) ପକ୍ଷରୁ ଭଦ୍ରକ କଚେରୀ ବଜାର ସ୍ଥିତ ଆୟୋଜିତ ସଭାରେ ବାମପନ୍ଥୀ ନେତୃତ୍ୱ ଆହ୍ୱାନ ଜଣାଇଥିଲେ । ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ର ବରିଷ୍ଠ ନେତା ରମେଶ ଜେନା, ସିପିଆଇଏମଏଲ ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ,ଜୟନୁଲ ଆବେଦିନ, ମହିଳା ନେତ୍ରୀ ସୁରଜିତା ନାୟକ, କାଳନ୍ଦୀ ପାତ୍ର, ନବକିଶୋର ବେହେରା, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ରାଧାନାଥ ଦାସ, ଯୁବନେତା ଜିଲାନି ଖାନ୍‌, ବିପ୍ଲବ ଜେନା, ସେକ୍ କମର, କାଲୁ ଖାନ୍‌, ସେକ୍ ସତାର ପ୍ରମୁଖ ଯୋଗଦେଇ ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଆସନ୍ତା ଜୁଲାଇ , ୯ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.