Home ଜିଲ୍ଲା ପରିକ୍ରମା ଶ୍ରେଣୀଗୃହକୁ ଫେରିଲେ ଗୁରୁଜୀ-ଗୁରୁମା ,ସ୍ୱାଭାବିକ ହେଲା ଶିଶୁ ବିଦ୍ୟାମନ୍ଦିର ଶିକ୍ଷାଦାନ

ଶ୍ରେଣୀଗୃହକୁ ଫେରିଲେ ଗୁରୁଜୀ-ଗୁରୁମା ,ସ୍ୱାଭାବିକ ହେଲା ଶିଶୁ ବିଦ୍ୟାମନ୍ଦିର ଶିକ୍ଷାଦାନ

18

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରି ସ୍ୱନାମଧନ୍ୟ ବିଦ୍ୟାଳୟର ଶୃଙ୍ଖଳା ପୁନର୍ବାର ଫେରିଆସିଛି । ଶିକ୍ଷାଦାନ ଅବ୍‌ଯାହତି ରହିଥିବା ବେଳେ ଯେଭଁ ଗୁରୁଜୀ ଓ ଗୁରୁମା ମାନେ ଆନ୍ଦୋଳନରେ ବିଦ୍‌ଯାଳୟ ବାହାରେ ବସିଥିଲେ ଆଜି ନିଃସର୍ତ ବିଦ୍ୟାଳୟରେ ଯୋଗଦାନ କରିଛନ୍ତି । ନୂଆ ଆଶା ଓ ଉଦ୍ଦୀପନା ମଧ୍ୟରେ ବିଦ୍ୟାଦାନ କରିଛନ୍ତି ପୁରାତନ ବିଦ୍ୟାଳୟର ଗୁରୁଜୀ ଗୁରୁମା । ଏସବୁ ସମ୍ଭବ ହୋଇପାରିଛି ନୂତନ ଭାବେ ମନୋନୀତ ହୋଇଥିବା ପରିଚାଳନା କମିଟିର ନୂଆ କାର୍ଯ୍ୟକର୍ତା ଓ ଦକ୍ଷ ସମ୍ପାଦକଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ । କୋମଳମତୀ ଛାତ୍ର ଛାତ୍ରୀ ମାନେ ଶିକ୍ଷାଦାନରୁ ବଂଚିତ ହୋଇନଥିଲେ । ପ୍ରଧାନ ଗୁରୁଜୀଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ଆଣି ଧାରଣାରେ ବସିଥିଲେ କିଛି ଅସନ୍ତୁଷ୍ଟ ଗୁରୁଜୀ ଓ ଗୁରୁମା । ଧାରଣା ଯୋଗୁଁ ଶିକ୍ଷାଦାନରେ ବ୍‌ଯାଘାତ ନହେବା ପାଇଁ କିଛି ଗୁରୁଜୀ, ଗୁରୁମା ଙ୍କ ସହିତ ମିଶି ସମ୍ପାଦକ ନିଜ ସକରାତ୍ମକ ଓ ଉନ୍ନତ ଚିନ୍ତାଧାରାର ପ୍ରୟାସରେ ଅନ୍ୟ ଶିଶୁ ମନ୍ଦିରରୁ ଗୁରୁଜୀ ଓ ଗୁରୁମା ଙ୍କୁ ଆଣି ଶିକ୍ଷାଦାନକୁ ବଜାୟ ରଖିଥିଲେ । ଏକ ଅପ୍ରିତିକର ପରିସ୍ଥିତି ଉପୁଜିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ଅଭିଭାବକମାନଙ୍କ ଅସନ୍ତୋଷ ବୃଦ୍ଧି ପାଉଥିଲା । ଏପରି ଏକ ପରିସ୍ଥିତିକୁ ନିୟନ୍ତ୍ରଣ କରି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତାମାନଙ୍କ ସହାୟତାରେ ନିଜର ସମ୍ପାଦକ ପଦକୁ ସୂଚାରୁ ରୁପେ ସମ୍ପାଦନ କରିବାରେ ସଫଳ ହୋଇଥିବାରୁ ଶ୍ରୀ ଜେନାଙ୍କ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟଶୈଳୀକୁ ନେଇ ଭଦ୍ରକବାସୀ ତଥା ଅଭିଭାବକ ସାଧୁବାଦ ଜ୍ଞାପନ କରିଛନ୍ତି । ନୂଆ ପରିଚାଳନା କମିଟିର ସଭାପତି ଶ୍ରୀ ବ୍ରଜ କିଶୋର ବଳ , ଉପସଭାପତି ଇଂ: ଅମ୍ବିକା ବଲ୍ଲଭ ସ୍ୱାଇଁ , ସମ୍ପାଦକ ଶ୍ରୀ ବିଭୂ ତନ୍ଦନ ଜେନା , ଯୁଗ୍ମ ସମ୍ପାଦିକା ଶ୍ରୀମତୀ ମିଲୀ ମହାନ୍ତି , କୋଷାଦକ୍ଷ ବସନ୍ତ କୁମାର ମହାନ୍ତି, ସଭ୍ୟ/ସଭ୍ୟା , ସର୍ବେଶ୍ୱର ମହାପାତ୍ର ଓ ରୀନାରାଣୀ ଯେନା ଙ୍କ କାର୍ଯ୍‌୍ୟ ଦକ୍ଷତାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.