Home ଜିଲ୍ଲା ପରିକ୍ରମା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

13

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ ଶିକ୍ଷା ବର୍ଷ +୨କଳା ରେ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ ହୋଇଥିବା ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ପ୍ରଭାତ କୁମାର ଦାସ ସଭାପତିତ୍ୱ କରିଥିଲେ। ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ୧୩ ଜଣ ଛାତ୍ର ଛାତ୍ରୀ ଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଆଜିର ଏହି ସମ୍ବର୍ଦ୍ଧିତ ଉତ୍ସବ ରେ ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ରାଉତ, ମନୋରଞ୍ଜନ ମଲିକ, ମହିମା ପଲେଇ, ଜ୍ୟୋତିର୍ମୟୀ ବାରିକ, ମାନସ ରଞ୍ଜନ ଦାସ, ବିଜୟକୁମାର ସାହୁ, ମମତା ପାଢ଼ୀ, ରାଜା ଦାସ, ନିଶାକର ପାତ୍ର, ଜଗନ୍ନାଥ ଦାସ, ମହିମା ପଲେଇ, ଉଷାରାଣି ବେହେରା,ଲଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.