Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା ଓ ତିହିଡ଼ି କଲେଜ ସମ୍ମୁଖରେ ବିଜୁ ଯୁବଛାତ୍ର ଜନତାଦଳ ପକ୍ଷରୁ ଆନ୍ଦୋଳନ

ପାଳିଆବିନ୍ଧା ଓ ତିହିଡ଼ି କଲେଜ ସମ୍ମୁଖରେ ବିଜୁ ଯୁବଛାତ୍ର ଜନତାଦଳ ପକ୍ଷରୁ ଆନ୍ଦୋଳନ

4

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ସ୍ଥିତ ବିଏନଏମଏ ଓ ତିହିଡ଼ି କଲେଜ ସମ୍ମୁଖରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦିଆଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ଆନ୍ଦୋଳନ କରାଯାଇଛି। ଗୋପାଳପୁରରେ ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢ଼ୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ଦଳ ବଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା। ପାଳିଆବିନ୍ଧା ବିଏନଏମଏ କଲେଜ ସମ୍ମୁଖରେ ଅନୁଷ୍ଠିତ ଆନ୍ଦୋଳନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡା. ସଂଜୟ କୁମାର ଦାସ, ଜିଲାପରିଷଦ ସଭ୍ୟା ବିଦ୍ୟୁତଲତା ନାୟକ ଓ ରୁଜାତା ପଣ୍ଡା, ସମିତିସଭ୍ୟ ଚିନ୍ତାମଣି ଦାସ, ଜୀବନଜ୍ୟୋତି ପଲେଇ ଓ ଜୟପ୍ରକାଶ ମଳିକ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁଧନ୍ୱା ନାୟକ, ବିଜେଡି ନେତା ନବକିଶୋର ମଲ୍ଲିକ, ଅଶୋକ ନାୟକ, ରାଜେନ୍ଦ୍ର ଜେନା, ଭରତ ସାହୁ, ଅନ୍ନପୂର୍ଣ୍ଣା ପରିଡ଼ା, ମୃତ୍ୟୁଞ୍ଜୟ ବିଶ୍ୱାଳ, ବାସନ୍ତୀ ଜେନା, ପ୍ରଶାନ୍ତ ବେହେରା, ଅନ୍ତର୍ଜ୍ୟାମି ଦୀକ୍ଷିତ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା, ଛାତ୍ରଛାତ୍ରୀ ଓ ଯୁବକ ସାମିଲ ହୋଇଥିଲେ। ସେହିପରି ତିହିଡ଼ି କଲେଜ ସମ୍ମୁଖରେ ଛାତ୍ରୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ବହୁ ଛାତ୍ରଛାତ୍ରୀ ଓ ଯୁବକ ଆନ୍ଦୋଳନରେ ସାମିଲ ହୋଇଥିଲେ। ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ନାୟକ, ସରପଂଚ ତାପସ ବେହେରା, ବିଜେଡି ନେତା ଗଣେଶ ନାୟକ, କୀର୍ତନ ରାଉତ, ନିତ୍ୟାନନ୍ଦ ବେହେରା, ଯୁବନେତା ଅନିରୁଦ୍ଧ ବାରିକ୍‌, ପ୍ରତାପ ସେନାପତି, ସଂଗ୍ରାମ ମହାପାତ୍ର ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.