Home ଜିଲ୍ଲା ପରିକ୍ରମା କିଶୋର ନ୍ୟାୟ ଏବଂ ଶିଶୁ ଯୌନ ନିର୍ଯ୍ୟାତନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

କିଶୋର ନ୍ୟାୟ ଏବଂ ଶିଶୁ ଯୌନ ନିର୍ଯ୍ୟାତନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

11

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ତଥା ଶିଶୁଙ୍କ ସହ ଜଡ଼ିତ ଯୌନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ପରିଚାଳନା କରିଥିଲେ। ଉପସ୍ଥିତ ଥିବା ଅତିଥିମାନଙ୍କ ମଧ୍ୟରେ ବିଶ୍ୱପତି ପଣ୍ଡା, ଡି.ଏସ୍‌.ପି., ଭଦ୍ରକ, ସୁବ୍ରତ କୁମାର ଦାସ, ଲିଗାଲ ପ୍ରୋବେସନ ଅଧିକାରୀ, (ଶିଶୁ ଯତ୍ନ ବିଭାଗ), ଭଦ୍ରକ ବନମାଳୀ ଜେନା, କିଶୋର ନ୍ୟାୟ ସଦସ୍ୟ, ଭଦ୍ରକ, ତାପସ କୁମାର ମହାନ୍ତି ଓ ବହ୍ନିଶିଖା ବିଶ୍ୱାଳ ନ୍ୟାୟ ରକ୍ଷକ ଭଦ୍ରକ ଏବଂ ଡଲି ସାହୁ, ଭାରାପ୍ରାପ୍ତ, ପ୍ରଧାନଶିକ୍ଷକ, କ୍ଷେତ୍ରବାସୀ ଉଚ୍ଚବିଦ୍ୟାଳୟ, ଚିନିଦା ତଥା ସମସ୍ତ ସହକାରୀ ଶିକ୍ଷକମାନେ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଆଇନ୍‌ର ବିଭିନ୍ନ ଦିଗ ସମ୍ବନ୍ଧରେ ବୁଝାଇବା ସହ ସେମାନଙ୍କ ଭବିଷ୍ୟତ ଶ୍ରେଣୀଗୃହରୁ ଆରମ୍ଭ ହୋଇ ସମାଜକୁ ଗଢ଼ିତୋଳିବାରେ ଅତ୍ୟନ୍ତ ସୁସ୍ଥ ବାତାବରଣ ତିଆରି କରିବାପାଇଁ ଆହ୍ୱାନ କରାଯାଇଥିଲା। ପିଲାମାନେ ହିଁ ଏହି ବିଦ୍ୟାର୍ଥୀ ସମୟରେ ନିଜର ଚପଳ ତଥା କୋମଳ ମନକୁ କୌଣସି ଖରାପ ଦିଗରେ ନ ଲଗାଇ ନିଜର ହିତ ତଥା ସମାଜର ସାମାଜିକ ଗଢ଼ଣି ପାଇଁ ଯାହା ହିତକର ସେସବୁ ଦିଗରେ ଆଗେଇ ଆସି କାର୍ଯ୍ୟ କରିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.