Home ଜିଲ୍ଲା ପରିକ୍ରମା କୋର୍ଟଙ୍କ ଆଦେଶକୁ ନମାନି କନ୍ୟାଘର ପକ୍ଷରୁ ପୁଅଘର ପରିବାରକୁ ମାନସିକ ନିର୍ଯ୍ୟାତନା, ପରିବାରର ସୁରକ୍ଷା ଦାବିରେ...

କୋର୍ଟଙ୍କ ଆଦେଶକୁ ନମାନି କନ୍ୟାଘର ପକ୍ଷରୁ ପୁଅଘର ପରିବାରକୁ ମାନସିକ ନିର୍ଯ୍ୟାତନା, ପରିବାରର ସୁରକ୍ଷା ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

16
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟରେ ଯୌତୁକ ନିର୍ଯ୍ୟାତନା ମାମଲା ଚାଲୁଥିବାବେଳେ ଅଦାଲତଙ୍କ ଆଦେଶକୁ ନମାନି କନ୍ୟାଘର ପରିବାର ପୁଅ ପରିବାରଙ୍କୁ ବିଭିନ୍ନ ଥାନାରେ ମିଥ୍ୟା ମାମଲା ଦେଇ ହଇରାଣ କରିବା ପରେ ୧ କୋଟି ଟଙ୍କା ଦାବି କରି ଘର ଆଗରେ ଧାରଣା ଦେବା ନିଷ୍ପତି ନେଇଥିବାରୁ ପୁଅଘର ପରିବାର ଉପାୟଶୂନ୍ୟ ହୋଇ ସଂପୃକ୍ତ ମହିଳା ଠାରୁ ସୁରକ୍ଷା ପାଇବା ପାଇଁ ଆଜି ପୂର୍ବଘୋଷଣା ମତେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ରାଢାଙ୍ଗ ଗ୍ରାମନିବାସୀ ରତ୍ନାକର ମୁଦୁଲିଙ୍କ ପତ୍ନୀ ମାଳତୀ (୫୦) ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ତାଙ୍କ ପୁତ୍ର ନୀଳମଣିର ବିବାହଘର ୨୦୨୦ ମସିହାରେ ପୀରହାଟ ଅର୍ଜୁନବିନ୍ଧା ଗ୍ରାମନିବାସୀ ସ୍ୱର୍ଗତଃ ରଘୁନାଥ ବେହେରାଙ୍କ ଏକମାତ୍ର କନ୍ୟା ପୁଷ୍ପାଞ୍ଜଳି ସହ ହଳଦିଡହ ଭାରତମାତା ମନ୍ଦିରରେ ବିନା ଯାନି ଯୌତୁକରେ ବୈଦିକ ମତେ ସଂପନ୍ନ ହୋଇଥିଲା। ମାତ୍ର ବିଭାଘର ହେବାର ୩ ଦିନ ମଧ୍ୟରେ କନ୍ୟାଟିର ଏକାଧିକ ଯୁବକଙ୍କ ସହିତ ସଂପର୍କ ଥିବାରୁ ସେମାନେ ଆସି ତାଙ୍କ ଘରେ ପହଂଚିଥିଲେ। ଫଳରେ କନ୍ୟାକୁ ସେ ମାଳତୀ ଓ ତାଙ୍କ ପୁତ୍ର ସେମାନଙ୍କର ପରିଚୟ ପଚାରିବାରୁ ସେ ବିଭିନ୍ନ ସଂପର୍କୀୟ ବୋଲି କହି ସେମାନଙ୍କୁ ଭୁଆଁ ବୁଲାଇଥିଲା। ମାତ୍ର ଚତୁର୍ଥୀ ଦିନ ରାତିରେ କନ୍ୟା ପୁଷ୍ପାଞ୍ଜଳି ରାତିରେ ଲୁଚି ଘରୁ କାହା ସହିତ ପଳାଇଥିଲା। ସେହିଦିନ ଠାରୁ ସଂପୃକ୍ତ କନ୍ୟା ତାଙ୍କ ପରିବାର ଓ ପୁତ୍ରକୁ ହଇରାଣ କରିବା ଉଦ୍ଦେଶ୍ୟରେ କୋର୍ଟରେ କେଶ୍ କରିବା ସହ ବିଭିନ୍ନ ଥାନାରେ ଅଭିଯୋଗମାନ କରିଥିଲା। ପରବର୍ତୀ ସମୟରେ କୋର୍ଟରେ ଉକ୍ତ କେଶ୍ ବିଚାରାଧୀନ ଥିବାବେଳେ ସେ ୧ କୋଟି ଟଙ୍କା ଦାବିକରି ତାହା ନଦେଲେ ତାଙ୍କ ଘର ସମ୍ମୁଖରେ ଧାରଣା ଦେବାପାଇଁ ତିହିଡି ଥାନାରେ ଲିଖିତ ଅଭିଯୋଗ କରିଥିଲା। ଏହିଭଳି ୨୦୨୦ ମସିହାରୁ ଅଦ୍ୟାବଧି ପୁଷ୍ପାଞ୍ଜଳି ତାଙ୍କ ପରିବାର ଲୋକଙ୍କୁ ଶାନ୍ତିରେ ରଖାଇ ଦେଉନଥିବାରୁ ସେଭଳି ଏକ ଉଦ୍‌ଭ୍ରାନ୍ତ କନ୍ୟା ମିଥ୍ୟା ମାମଲାରେ ଟଙ୍କା ଆଦାୟ କରିବାର ଯେଉଁ ହୀନ ଉଦ୍ଦେଶ୍ୟ କରୁଛି, ସେଥିରୁ ତାଙ୍କ ପରିବାରକୁ ସୁରକ୍ଷା ଦେବାପାଇଁ ସେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଏବଂ ଏଭଳି ମାନସିକ ନିର୍ଯ୍ୟାତନା ଦେଉଥିବା କନ୍ୟା ବିରୁଦ୍ଧରେ ନିରପେକ୍ଷ ତଦନ୍ତ ପୂର୍ବକ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.