ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ବିଭାଗ ପକ୍ଷରୁ ଜାରି କରା ଯାଇଥିବା, ଜିପିଏଏଲଏଫ୍ ଇସି ସ୍ତରରେ ରିଷ୍ଟ୍ରକଚରିଂ ପାଇଁ ନିର୍ଦେଶ ନମା ଓ ନୂଆ ଗାଇଡ ଲାଇନ କୁ ପ୍ରତ୍ୟାହାର କରିବା, ମିଶନ ଶକ୍ତି ଅନ୍ୟସ୍ତ ଓଡିଶା ଜୀବିକା ମିଶନ ର ଗ୍ରାମ ପଂଚାୟତସ୍ତରୀୟ ମହାସଂଘ (ଜିପିଏଲଏଫ୍)ରେ ଇସି ସଦସ୍ୟା ଭାବେ କାର୍ଯ୍ୟରତ ମହିଳା ଙ୍କର କାର୍ଯ୍ୟକାଳ ର ସମୟ ସୀମା ବୃଦ୍ଧି କରିବା, ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ରେ ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ(ଜିପିଏଲଏଫ) ର ଇସି ସଦସ୍ୟା ଭାବେ କାର୍ଯ୍ୟରତ ଏହି ମହିଳା କର୍ମୀ ମାନେ, ବର୍ଷ ବର୍ଷ ଧରି ବିନା ପାରିଶ୍ରମିକ ରେ, ମହିଳା ମାନଙ୍କୁ ସଂଗଠିତ କରି ସ୍ୱୟ ସହାୟିକା ଗୋଷ୍ଠୀ ଗଠନ କରି ସେମାନ ଙ୍କୁ ଆର୍ôଥକ ପରିଚାଳନା ରେ ଚାଲିମ୍ ଦେବା ଓ ପ୍ରୋତ୍ସାହିତ କରିବା ଆଦି ଦାବିରେ ଆଜି ମିଶନ ଶକ୍ତି ଅଧୀନ ଓଡ଼ିଶା ଜୀବିକା ମିଶନ ର ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ(ଜିପିଏଲ୍ଏଫ)ରେ ଇସି ସଦସ୍ୟା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସଦସ୍ୟମାନେ ସଭାପତି ଓ ସଂପାଦିକାଙ୍କ ସ୍ୱାକ୍ଷର ରେ ଋଣ ଗ୍ରହଣ ଓ ଋଣ ପ୍ରଦାନ କାର୍ଯ୍ୟ କରାଯାଇ ଥାଏ । ଏମାନେ ଏମ୍ବିକେ ଓ ସିଆରପିଙ୍କ କାର୍ଯ୍ୟ ମଧ୍ୟ ତଦାରଖ କରିଥାନ୍ତି । ଏମାନଙ୍କୁ ୨୦୨୨ ମସିହା ଜାନୁଆରୀ ମାସ ଠାରୁ ମାସିକ ଗସ୍ତ ଖର୍ଚ ବାବଦ କୁ ସାଧାରଣ ଇ ସି ସଦସ୍ୟା ଙ୍କୁ ୧ହାଜର ଟଙ୍କା, ସଭାପତି ଓ ସଂପାଦିକା ଙ୍କୁ ୨ହଜାର ଟଙ୍କା ଲେଖାଏଁ, ୨୦୨୪ ମସିହା ମାର୍ଚ ମାସ ଠାରୁ ୫୦୦ ଟଙ୍କା ବୃଦ୍ଧି କରାଯାଇ ଥିଲେ ହେଁ ଗତ ସେପ୍େଟମ୍ବର ୨୦୨୪ ଠାରୁ ଆଜି ପର୍ଯ୍ୟନ୍ତ ବଳେୟା ଗସ୍ତ ଖର୍ଚ୍ଚ ଏମାନଂକୁ ମିଳିନାହିଁ, । ଅନ୍ୟପକ୍ଷରେ ଏମାନଂକୁ ୨ ବର୍ଷ ରେ ଥରେ ରିଷ୍ଟ୍ରକଚରିଂ ନାମରେ ଅସ୍ଥାୟୀ ଭାବେ ରଖାଯାଇ ଥିଲେ ମଧ୍ୟ ଇସି ଚୟନ ହେବା ଠାରୁ ଆଜି ଯାଏଁ କାହାକୁ ବାହାର କରାଯାଇ ନାହିଁ, ମହିଳା ସଶକ୍ତି କରଣ ରେ ଅକ୍ଳାନ୍ତ ପରିଶ୍ରମ କରି ମିଶନ ଶକ୍ତି କୁ ଘରେ ଘରେ ପହଂଚାଇ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କୁ ଜୀବିକାର୍ଜନ ର ବାଟ ଦେଖେଇ ଥିବା ବେଳେ ରାଜ୍ୟରେ ନୂତନ ସରକାର ଆସିବା ପରେ ମିଶନ ଶକ୍ତି ଆଗକୁ ବଢିବ, କାର୍ଯ୍ୟରତ ଏହି ମହିଳା ମାନେ ଦୌଡ଼ିବେ, ଏ କଥା ନିଜେ ଉପ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଶ୍ୱାସନା ଦେଇଥିବା ବେଳେ, ବିଡମ୍ବନା ର ବିଷୟ ଏହିକି ରିଷ୍ଟ୍ରକଚରିଂ ଆଳରେ ଏମାନଙ୍କୁ ବାହାର କରି ଦିଆ ଗଲେ, ରାଜ୍ୟର ଲକ୍ଷାଧକ ମହିଳା ଆର୍ôଥକ ଓ ମାନସିକ ସ୍ତର ରେ ଭାଙ୍ଗି ପଢିବେ ସ୍କୁଟି ଋଣ ଯୋଜନା ରେ ସାମିଲ ଥିବା ସଦସ୍ୟା ମାନଙ୍କ ଦ୍ୱାରା ଋଣ ଶୁଝିବା ସମ୍ଭବ ହେବ ନାହିଁ ବୋଲି ଧାରଣାରତ ମହିଳାମାନେ ଅଭିଯୋଗ କରିଛନ୍ତି । ଏହି ଧାରଣାରେ ସଂଘର ଉପଦେଷ୍ଠା ଉମେଶ ଚନ୍ଦ୍ର ନାୟକ, ସଂଘର ଜିଲ୍ଲା ସଭାପତି ମମତା ନାୟକ, ସମ୍ପାଦିକ ମାମିନା କର, ଝୁନୁଲତା ମହାପାତ୍ର, ବାଲେଶ୍ୱର ଜିଲ୍ଲା ସଂଘ ସଭାପତି ରୁକମଣୀ ସାହୁ, ଝୁନା ପାଣିଗ୍ରାହୀ, ଉର୍ମିଳା ମାଇତି, ଜ୍ୟୋସ୍ନାରାଣୀ ସାହୁ, କବିତା ପାଣ୍ଡବ, ଜ୍ୟୋତିପ୍ରଭା ପଣ୍ଡିତ, ଭାରତୀ ସାହୁ, ଗାୟତ୍ରୀ ଜେନା ପ୍ରମୁଖ ସାମିଲ ଥିଲେ । ଶେଷରେ ୪ଦଫା ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳା ପ୍ରଶାସନକୁ ପ୍ରଦାନ କରିଥିଲେ ।