Home ଜିଲ୍ଲା ପରିକ୍ରମା ୬୭ କେଜି ୯ ଶହ ଗ୍ରାମ ଗଂଜେଇ ଜବତ, ୪ କୋର୍ଟ ଚାଲାଣ

୬୭ କେଜି ୯ ଶହ ଗ୍ରାମ ଗଂଜେଇ ଜବତ, ୪ କୋର୍ଟ ଚାଲାଣ

5

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ନାୟକାଣୀଡିହି ଥାନା ପୁଲିସ୍ ପକ୍ଷରୁ ଏମ୍‌ଭିଆଇ ଚେକିଂ ସମୟରେ ୪ଟି ସନ୍ଦିଗ୍ଧ ବାଇକ୍ ଆରୋହୀଙ୍କ ଠାରୁ ୬୭ କେଜି ୯ ଶହ ଗ୍ରାମ ଓଜନର ଗଂଜେଇ ଜବତ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ନାୟକାଣୀଡିହି ଥାନା ପୁଲିସ୍ ପକ୍ଷରୁ ଏମ୍‌ଭିଆଇ ଚେକିଂ ଚାଲୁଥିବା ସମୟରେ ୪ ଜଣ ଯୁବକ ୩ଟି ମୋଟର ସାଇକେଲ୍‌ରେ ରାଜଘରପୋଖରୀ ଠାରେ ପଲିଥିନ୍ ବ୍ୟାଗ୍ ଭର୍ତି କିଛି ଜିନିଷ ଧରି ସନ୍ଦିଗ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୁଲିସ୍ ଟିମ୍‌କୁ ଦେଖି ଉକ୍ତ ଯୁବକମାନେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍ ସେମାନଙ୍କୁ କାବୁ କରି ସେମାନଙ୍କ ଠାରୁ ଉପରୋକ୍ତ ଗଂଜେଇ ସମେତ ଗୋଟିଏ ହିରୋହୋଣ୍ଡା ସାଇନ୍ ମୋଟର ସାଇକେଲ୍‌, ଗୋଟିଏ ଟିଭିଏସ୍ ରାଇଡର, ଗୋଟିଏ ୟାମାହା ମୋଟର ସାଇକେଲ୍ ଓ ୫ଟି ମୋବାଇଲ ଜବତ କରିଛନ୍ତି। ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ନାୟକାଣୀଡିହି ଥାନା ଅଧୀନସ୍ଥ ରାୟପୁର ଗ୍ରାମନିବାସୀ ରାମଚନ୍ଦ୍ର ବାରିକଙ୍କ ପୁତ୍ର ଶଙ୍କର୍ଷଣ (୪୬), ଶଙ୍କର୍ଷଣ ବାରିକଙ୍କ ପୁତ୍ର ବିଜୟ (୧୯), ବାଲେଶ୍ୱର ଜିଲା ଖଇରା ଥାନା ଅଧୀନସ୍ଥ ଦଳାଙ୍ଗ ଗ୍ରାମର ଭୁବନମୋହନ ସାହୁଙ୍କ ପୁତ୍ର ସୂର୍ଯ୍ୟକାନ୍ତ (୩୪), ସୋରୋ ଥାନା ଅଧୀନସ୍ଥ ଖଣ୍ଡାସାହିର ୰ ହରିବନ୍ଧୁ ସିଂଙ୍କ ପୁତ୍ର ହେମନ୍ତ (୫୦)ଙ୍କୁ ପୁଲିସ୍ କେଶ୍ ନଂ ୨୯/୨୫, ଦଫା- ୨୦ (ବି) (ା) (ା) (ସି), ୨୯ ଏନ୍‌ଡିପିଏସ୍ ଆକ୍ଟ ମୂଳେ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.