Home ଜିଲ୍ଲା ପରିକ୍ରମା ବିମଳା ନାଟ୍ୟ ସଂସଦର ରୌପ୍ୟଜୟନ୍ତି ଉଦ୍‌ଯାପନ ଉତ୍ସବ ସମାରୋହ

ବିମଳା ନାଟ୍ୟ ସଂସଦର ରୌପ୍ୟଜୟନ୍ତି ଉଦ୍‌ଯାପନ ଉତ୍ସବ ସମାରୋହ

4

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିମଳା ନାଟ୍ୟସଂସଦ ରୌପ୍ୟ ଜୟନ୍ତିର ଉଦ୍‌ଯାପନି ଦିବସରେ ଚିତରଂଜନ ବରାଳଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବର୍ତମାନର ଭଣ୍ଡାରିପୋଖରି ବିଧାୟକ ସଂଜୀବ୍ ମଲ୍ଲିକ, ମୁଖ୍ୟବକ୍ତା ପ୍ରାକ୍ତନ୍ ଅଧ୍ୟକ୍ଷ ଧାମନଗର ମହାବିଦ୍ୟାଳୟ ପବିତ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମଞ୍ଜୁଲତ ମଣ୍ଡଳ ପୂର୍ବତନ ସାଂସଦ, ମୁକ୍ତିକାନ୍ତ ମଣ୍ଡଳ ପୂର୍ବତନ ବିଧାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଜଗନ୍ନାଥ ସ୍ୱାଇଁ, ଅଧ୍ୟକ୍ଷା ଭଦ୍ରକ ପୌରପରିଷଦ ଗୁଲ୍‌ମକ୍କି ଦଲୱାଜି ହବିବ୍‌, ଅଧ୍ୟକ୍ଷା ପଂଚାୟତ ସମିତି, ଭଦ୍ରକ ଉର୍ମିଳା ନାୟକ, ସମ୍ମାନିତ ବକ୍ତା ଅମୃତ ଦର୍ଶନର ସମ୍ପାଦକ ସଂଗ୍ରାମ ଆଚାର୍ଯ୍ୟ, ଦେବିଦତା ମହାନ୍ତି ସଭାପତି ମହିଳା, ବିଜୁ ଜନତା ଦଳ ଭଦ୍ରକ ବ୍ଲକ, ଚଳଚିତ୍ର ସଂଳାପକାର ଡକ୍ଟର ରଜନୀ ରଂଜନ ଦାସ, ନାଟ୍ୟକାର ଓ ଚଳଚିତ୍ର ନିର୍ଦ୍ଦେଶକ ବିଜୟ ଦାସ ନିଜ ନିଜର କଳା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭିନ୍ନ କଳା ଓ ସମାଜ ସେବା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଉପଢ଼ୈକନ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସେମାନେ ହେଲେ, ମଞ୍ଜୁଲତା ମଣ୍ଡଳ, ପୂର୍ବତନ ସାଂସଦ, ଶକ୍ତିଶଙ୍କର ବରାଳ ନାଟ୍ୟ ଓ ଚଳଚିତ୍ର ନିର୍ଦ୍ଦେଶକ, ବିଷ୍ଣୁପ୍ରୀୟା ସ୍ୱାଇଁ ମଂଚ ଓ ଚଳଚିତ୍ର, ଶଶିକଳା ମିଶ୍ର, କଣ୍ଠ, ଶଶିଭୂଷଣ ପଣ୍ଡା ଅଧିବକ୍ତା ଓ ସମାଜସେବି ଶୁଶ୍ରୀ ଅନିତା ନାୟକ, କବୟିତ୍ରୀ, ସଂଧାରାଣୀ ବେହେରା ମଂଚ ଅଭିନେତ୍ରୀ, ରବିନାରାୟଣ ଖିଲାର ସାମ୍ବାଦିକ ସମୁହକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ଗୌରାଙ୍ଗ ଚନ୍ଦ୍ର ବାରିକ ଓ ସ୍ୱରୂପାନନ୍ଦ ମହାପାତ୍ରଙ୍କ ନାଟ୍ୟ ପରିଚାଳନାରେ ବିଜୟ ଦାସ ରଚିତ ଇଂ ଅଶୋକ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶିତ ପ୍ରଦ୍ୟୋତନ ସୁଆରଙ୍କ ସହ ନିର୍ଦ୍ଦେଶନାରେ ନାଟକ। “ମୁଁ ରାବଣ କହୁଛି” ସଂଗୀତ ରାମନାରାୟଣ ପଣ୍ଡା ନିର୍ଦ୍ଦେଶିତ ନାଟକଟି ମଂଚସ୍ଥ ହୋଇଥିଲା। ମଂଚ ସଂଯୋଜନା ମନୋଜ କୁମାର ପଣ୍ଡା, ପରିଚାଳନା ସଭାପତି ରମାକାନ୍ତ ଗାହାଣ, ଅମୀୟ ମହାପାତ୍ର, ଆଶିଷ ସେଠି, ଅମୀୟ ସେଠି ଇତ୍ୟାଦି ସହଯୋଗ କରିଥିଲେ। ବରିଷ୍ଠ ବର୍ଗ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ଉପଢ଼ୌକନ, ପ୍ରମାଣପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଅଭିନୟରେ ଯେଉଁମାନେ ରଙ୍ଗବୋଳିଥିଲେ ସେମାନେ ହେଲେ ଅରବିନ୍ଦ, ଦିପକ, ନାରାୟଣ, ବିଜୟ ବହଳୀ, ପ୍ରଦୀପ, ବାପି, ସନ୍ତୋଷ, ଲିଟୁ, ହିମାଂଶୁ, ଅଭିମନ୍ୟୁ, ଜଡା, ପ୍ରଫୁଲ୍ଲ, ବାବି, ନାରୀ ଚରିତ୍ରରେ ସଂଧ୍ୟାରାଣୀ, ମିନତୀ, ପଦ୍ମିନୀ, ବସୁମିତ୍ରା, ପଦ୍ମାଳୟ, ଚାନ୍ଦିନୀ, ଲିଜା ଇତ୍ୟାଦି ଅଭିନୟ କରିଥିଲେ। ସଂଗୀତରେ ଆର୍ତତ୍ରାଣ, ନିରଞ୍ଜନ ଓ କଣ୍ଠରେ ମିନତୀ। ଶେଷରେ ସମସ୍ତ କଳାକାର ମାନଙ୍କୁ ବିଶ୍ୱହିନ୍ଦୁ ପରିଷଦର ପ୍ରଭାରୀ ବସନ୍ତ କୁମାର ରାଉତ, ଓ ଲଙ୍କା ଗ୍ରା:ପ: ସରପଂଚ ଅକ୍ଷୟ କୁମାର ମହାନ୍ତି, ଡକ୍ଟର ଚପଳା ନାୟକ, ମୋହିନୀ ମୋହନ ମହାପାତ୍ର, ଜଗତ ମୋହନ ମହାପାତ୍ର, ଶକ୍ତିଶଙ୍କର ବରାଳ, ନାରାୟଣ ଚନ୍ଦ୍ର ପାଢ଼ି, ଅଜୟ କୁମାର ନାୟକ, ସୁଧାକର ରାଉତ, ମଂଟୁ ପାଣିଗ୍ରାହୀ ପ୍ରମୁଖ କଳାକାର ମାନଙ୍କୁ ରୌପ୍ୟଜୟନ୍ତୀ ଅବସରରେ ଧନ୍ୟବାଦ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.