Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟରେ ମାସର ୧ମ ଜନଶୁଣାଣି ଶିବିର, ୧୩୯ ଅଭିଯୋଗ ଆଗତ, ୧୬ ହଜାର ଟଙ୍କାର...

ଜିଲ୍ଲା କାର୍ଯ୍ୟାଳୟରେ ମାସର ୧ମ ଜନଶୁଣାଣି ଶିବିର, ୧୩୯ ଅଭିଯୋଗ ଆଗତ, ୧୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

18

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ମାସପରି ଚଳିତ ଫେବୃୟାରୀ ମାସର ୧ମ ସୋମବାର ରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୩୯ଟି ଅଭିଯୋଗ ଶୁଣିଥିଲେ। ସେଥି ମଧ୍ୟରେ ୧୧୩ ଟି ବ୍ୟକ୍ତିଗତ, ୨୦ଟି ସାମୂହିକ, ସି.ଏମ୍‌.ଆର.ଏଫ୍‌. ସମ୍ବନ୍ଧୀୟ ୨ଟି ଏବଂ ରେଡ଼୍‌କ୍ରସ୍ ସମ୍ବନ୍ଧୀୟ ୪ଟି ଅଭିଯୋଗ ଥିଲା। ୩୮ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜିଲ୍ଲା ରେଡ଼୍‌କ୍ରସ ପାଣ୍ଠିରୁ ୪ ଜଣ ଆବେଦନକାରୀଙ୍କୁ ସମୁଦାୟ ୧୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଯୋଗ ଦେଇ ଜନାଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ। ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ତନ୍ମୟ କମାର ଜେନା ଅଭିଯୋଗ ଉପସ୍ଥାପନା କାର୍ଯ୍ୟ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.