Home ଜିଲ୍ଲା ପରିକ୍ରମା ଫେବୃୟାରୀ ୧୩ ରୁ ଭଦ୍ରାୟଣୀ, ମନ୍ତ୍ରୀଙ୍କ ଦ୍ୱାରା ‘ଟିଜର’ ଉଦ୍‌ଘାଟିତ

ଫେବୃୟାରୀ ୧୩ ରୁ ଭଦ୍ରାୟଣୀ, ମନ୍ତ୍ରୀଙ୍କ ଦ୍ୱାରା ‘ଟିଜର’ ଉଦ୍‌ଘାଟିତ

7

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଓ ପଲ୍ଲିଶ୍ରୀ ମେଳା ଆୟୋଜନ ନେଇ ଜିଳ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଉପଲକ୍ଷେ ସୋମବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ‘ଟିଜର’ ଉଦ୍‌ଘାଟିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଏସ୍‌.ପି. ମାଡ଼କର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ଯୋଗ ଦେଇଥିଲେ। ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ନେହେରୁ ଷ୍ଟାଡ଼ିୟମ୍‌ରେ ୫ଦିନ ଧରି ଆୟୋଜିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳାରେ ଜିଲ୍ଲା ବାହାର ସହିତ ଭଦ୍ରକ ଜିଲ୍ଲାର ମହିଳା ଗୋଷ୍ଠୀମାନଙ୍କ ଉତ୍ପାଦ ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଯଥେଷ୍ଟ ସୁଯୋଗ ଦିଆଯିବା ପାଇଁ ମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମହୋତ୍ସବ ମଂଚରେ ପ୍ରତିଭାବାନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ମଧ୍ୟ ସୁଯୋଗ ରହିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମହୋତ୍ସବ ସମୟରେ ଅଧିକ ଜନ ଗହଳି ସମ୍ଭାବନାକୁ ଲକ୍ଷ୍ୟରଖି ଟ୍ରାଫିକ୍ ନିୟନ୍ତ୍ରଣ ପାର୍କିଂ ଜୋନ୍ ଉପରେ ପ୍ରାଧାନ୍ୟ ଦେବାକୁ ମଧ୍ୟ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.