Home ଜିଲ୍ଲା ପରିକ୍ରମା ଉତମ ପୁସ୍ତକ ସଚ୍ଚରିତ୍ର ବ୍ୟକ୍ତିତ୍ୱ ଗଠନ କରେ, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର...

ଉତମ ପୁସ୍ତକ ସଚ୍ଚରିତ୍ର ବ୍ୟକ୍ତିତ୍ୱ ଗଠନ କରେ, ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

3

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ। ଉତମ ପୁସ୍ତକ ସଚ୍ଚରିତ୍ର ବ୍ୟକ୍ତିତ୍ୱ ଗଠନ ଗଠନ କରେ। ଏଣୁ ପୁସ୍ତକ ପଠନ ,ପ୍ରତ୍ୟେକ ମଣିଷ ପାଇଁ ନିତାନ୍ତ ଜରୁରୀ ଏବଂ ଭଲ ବହିଟିଏ ପାଇବା ପାଇଁ ପୁସ୍ତକ ମେଳାର ସମ୍ପ୍ରତି ଆବଶ୍ୟକ ରହିଛି ବୋଲି ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ତୃତୀୟ ସଂନ୍ଧ୍ୟାରେ ” ପୁସ୍ତକ ଓ ପୁସ୍ତକ ମେଳା’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ସଂଗଠନ ସମ୍ପାଦକ ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବେଷ୍ଟ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଜେନା ବିଶିଷ୍ଟ ଅତିଥି, ବରିଷ୍ଠ ସାହିତ୍ୟିକ ଦୟାନିଧି ବେହୁରା ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ କୃପାସିନ୍ଧୁ ନାୟକ, ଅଧ୍ୟାପକ ନୀହାର ରଞ୍ଜନ କର,କବି ତଥା ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, କବୀ ତଥା ଶିକ୍ଷୟିତ୍ରୀ ସରୋଜିନୀ ନାୟକ, କଣ୍ଠଶିଳ୍ପୀ ଶଶିକଳା ମିଶ୍ର ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବର ସଭାପତି ଅଭୟ ସୂତାର ଅତିଥି ପରିଚୟ, ସମ୍ପାଦକ ରବିନାରାୟଣ ଖିଲାର ସ୍ୱାଗତ ଭାଷଣ ଓ କବି ନାରାୟଣ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଅଧିବେଶନ ପୂର୍ବରୁ ଶିକ୍ଷକ କମଳାକାନ୍ତ ସାହୁ, ପର୍ଶୁରାମ ନାୟକ,ସମୀର କୁମାର ଜେନା ଓ ବୀରେନ୍ଦ୍ର କୁମାର ମାଝୀଙ୍କ ପରିଚାଳନାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଦମୟନ୍ତୀ ରାଉତ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ଜାନକୀ ପାଢ଼ୀ , ମନୋରମା ରାୟ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଡା. ଅନିଲ କୁମାର ଦାଶ,ସୁଶ୍ରୀ ଅଞ୍ଜନା ମିଶ୍ର, ଅଞ୍ଜୁବାଳା ରାଉତ ପ୍ରମୁଖ ମଂଚ ଓ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.