Home ଜିଲ୍ଲା ପରିକ୍ରମା ତିହିଡି – ଚାଷୀଙ୍କ ମୁଁହରୁ ଦାନା ଛଡେଇ ନେଲା ବାତ୍ୟା ଦାନା, ହଜାର ହଜାର ହେକ୍ଟର...

ତିହିଡି – ଚାଷୀଙ୍କ ମୁଁହରୁ ଦାନା ଛଡେଇ ନେଲା ବାତ୍ୟା ଦାନା, ହଜାର ହଜାର ହେକ୍ଟର ଧାନଚାଷ କ୍ଷତି, ବାତ୍ୟାପରେ ଲାଗିରହିଛି ବିପନ୍ନଙ୍କ ଦୁର୍ଦ୍ଦଶା, ଅନୁଧ୍ୟାନ କଲେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ

7

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ଦାନା ଚାଲିଯାଇଛି । ହେଲେ ଚାଷୀଙ୍କ ମୁହଁରୁ ଛଡେଇନେଇଛି ଦାନା ବାତ୍ୟା ଦାନା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ହାହାର ହଜାର ହେକ୍ଟର ଜମିର ଧାନ ଚାଷ ନଷ୍ଟ ହୋଇଛି । ବାତ୍ୟା ପରେ ବଢିଯାଇଛି ଦୁର୍ଦ୍ଦଶା । ଶନିବାର ବ୍ଲକର ତାଳଗୋପ ବିନ୍ଧା ପଞ୍ଚାୟତ ବିଭିନ୍ନ ଗ୍ରାମକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ ଯାଇ ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଥିଲେ । ତାଙ୍କ ସହିତ ବିଡ଼ିଓ ଜ୍ୟୋତିର୍ମୟ କର,ସରପଂଚ ସଂଜୀବ ବେହେରା, କନିଷ୍ଠ ଯନ୍ତ୍ରି ଅଲେଖ ତିର୍କୀ,ଜଳ ପରିମଳ ସହଜାରୀ ଯନ୍ତ୍ରୀ ମଧୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିବାବେକେ ଗଙ୍ଗାଧର ବେହେରା,ପ୍ରତାପ ନାୟକ,ମଦନ ନାୟକ ପ୍ରମୁଖ ରହି ସହଯୋଗ କରିଥିଲେ । ବ୍ଲକର ଅଧିକାଂଶ ପଂଚାୟତର ଗାଁ ଦାଣ୍ଡ ଓ ରାସ୍ତା ଉପରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ସେହି ପଂଚାୟତରେ ରାସ୍ତା ବର୍ଷା ପାଣିରେ ବୁଡି ଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । କୁବେରା ପଂଚାୟତର ଦେଉଳା ହରିଜନସାହି,ତୁଳସୀ ପୁର,ରହାଣିଆ ସାହି, ଦେଉଳା ଇତ୍ୟାଦି ଗ୍ରାମଗୁଡିକର ଲୋକମାନେ ପାଣି ଘେରରେ ରହିଛନ୍ତି ।ଗୁଆମାଳ ପଂଚାୟତର ଇଶାଣପୁର ଗାଁ ଦାଣ୍ଡରେ ପାଣି ଲହଡି ମାରୁଥିବା ଜଣାଯାଇଛି । ପୂର୍ବତନ ସରପଂଚ ପ୍ରଦୀପ କୁମାର ପଣ୍ଡା ସେହି ଗାଁ ବୁଲିବା ସହ ପରିସ୍ଥିତି ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅପରପକ୍ଷେ ବ୍ଲକ କୃଷି ଅଧିକାରୀ ଅମର ସାହୁ ସୟା, ଜାମଯୋଡି, ରାଜନଗର ପ୍ରମୁଖ ପଂଚାୟତକୁ ଯାଇ ବାତ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଧାନ ଚାଷକୁ ବୁଲି ଦେଖିଛନ୍ତି । ତେବେ ୫୦ ପ୍ରତିଶତରୁ ଅଧିକ ଧାନ କ୍ଷତିଗ୍ରସ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି । ମହରମପୁର, ଶ୍ୟାମସୁନ୍ଦରପୁର ପ୍ରମୁଖ ପଂଚାୟତର କେତେକ ସ୍ଥାନରେ ଧାନ ଗଛ ପବନରେ ପଡି ଯାଇଥିବା ବେଳେ ତା ଉପରେ ପାଣି ସୁଅ ଚାଲିଛି । ସେହିସବୁ ସ୍ଥାନରେ ଧାନଗଛ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଥିବାରୁ ଏହା ଚାଷୀଙ୍କ ପାଇଁ ଚିନ୍ତାଜନକ ହୋଇଛି । ବାତ୍ୟାରେ ବିଦ୍ୟୁତ ଖୁଂଟ ଉପୁଡି ପଡିଥିବା ବେଳେ ତାର ଛିଡି ଯାଇଛି ।ଫଳରେ ଗ୍ରାମାଂଚଳକୁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଗଛ କଟାଯାଇ ରାସ୍ତା ସଫା କରାଯାଉଛି ।ବ୍ଲକର ପ୍ରଦେଶ ସେବା ସଂଗଠନ,ଯୁବମଂଚ,ଜୀବନଜ୍ୟୋତି,ଉତ୍କଳମଣୀସେବା ସଂଘ , ଇଣ୍ଡିଆନ ଓରିଅର ପକ୍ଷରୁ ବିପନ୍ନଙ୍କୁ ସହାୟତା ଯୋଗାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.