Home ଜିଲ୍ଲା ପରିକ୍ରମା ବାତ୍ୟା ପୂର୍ବରୁ ଚାଉଳ ତାତି, ବିଡ଼ିଓଙ୍କ ଆଗରେ ହଟହଟା ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ

ବାତ୍ୟା ପୂର୍ବରୁ ଚାଉଳ ତାତି, ବିଡ଼ିଓଙ୍କ ଆଗରେ ହଟହଟା ହେଲେ ଅତିରିକ୍ତ ଯୋଗାଣ ଅଧିକାରୀ

8

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଯୋଗାଣ ବିଭାଗ କାର୍ଯ୍ୟଳୟରୁ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଉଠାଇ ଆଣିବା ଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ୍ ପରିସରରେ। ଭଦ୍ରକ ବ୍ଲକ୍ ପଂଚାୟତ ସମିତି ଅଧୀନସ୍ଥ ଦଇସିଂ ପଂଚାୟତର ହିତାଧିକାରୀଙ୍କୁ ଦୀର୍ଘ ୩ ମାସ ହେବ ରାସନ କାର୍ଡ ରେ ଚାଉଳ ଦିଆଯାଉ ନାହିଁ । ଏମିତି କି ସରପଂଚଙ୍କ ଅଜାଣତରେ ଡିଲରଙ୍କୁ ନିଲମ୍ୱିତ କରାଯାଇଥିବାରୁ ହିତାଧିକାରୀ ଚାଉଳ ପାଇପାରୁନାହାନ୍ତି ବୋଲି ଜଣାପଡିଛି। ଫଳରେ ଆଜି ହିତାଧିକାରୀମାନେ ମହିଳା ସରପଂଚଙ୍କୁ ତାଙ୍କ ଘରେ ଘେରାଉ କରିଥିଲେ। ତେଣୁ ଆଜି ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ବେହେରାଙ୍କୁ ସରପଂଚ ଓ ହିତାଧୀକାରୀମାନେ ଭେଟି ନିଜର ଅଭିଯୋଗ ଜଣାଇବାକୁ ଆସିଥିବାବେଳେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ବେହେରା ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସରପଂଚଙ୍କୁ କାର୍ଯ୍ୟାଳୟରୁ ଧକ୍କା ଦେଇ ବାହାର କରିଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣାରେ ସ୍ଥାନୀୟ ପଂଚାୟତବାସୀ ଉତ୍‌କ୍ଷିପ୍ତ ହୋଇ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ବେହେରାଙ୍କୁ ନିଜ ଚେୟାରରୁ ଉଠାଇନେଇ ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟରେ ଅଟକ ରଖିଥିଲେ । ଏବଂ ସେମାନେ ବିଡ଼ିଓ ଙ୍କ କାର୍ଯ୍ୟଳୟ ଭିତରେ ବସି ରହି ଚାଉଳ ନ ମିଳିଲେ ଉଠିବେ ନାହିଁ ବୋଲି ଅଡି ବସିଥିଲେ। ଫଳରେ ବିଡ଼ିଓ ସୀତାକାନ୍ତ ରାଉତଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ପ୍ରତିଶୃତି ପରେ ସରପଂଚ ଅନୁରୋଧ କ୍ରମେ ହିତାଧିକାରୀମାନେ ଘରକୁ ଫେରିଥିଲେ। ତେବେ ସରପଂଚଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସେ ସ୍ଥାନୀୟ ସହରାଂଚଳ ଥାନାରେ ଶ୍ରୀ ବେହେରାଙ୍କ ନାମରେ ଅଭିଯୋଗ କରିଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ବେହେରା ଦୀର୍ଘବର୍ଷ ହେବ ଭଦ୍ରକରେ ରହି ବ୍ୟାପକ ଅନିୟମିତତାରେ ଲିପ୍ତ ରହିଥିବା ବିଷୟ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ତାଙ୍କର ବଦଳି ହେଉନାହିଁ। ଯେଉଁଥିପାଇଁ ତାଙ୍କୁ ଯଥାଶୀଘ୍ର ଜିଲାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.