Home ଜିଲ୍ଲା ପରିକ୍ରମା ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲାପାଳ

ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲାପାଳ

13
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ଅଧିକାଂଶ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ରୋଷେଇ ରେ ଅନିୟମିତତା ଓ ନିମ୍ନମାନର ହେଉଥିବାର ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲା ତେବେ। ତେବେ ଆଜି ଧାମନଗର ବ୍ଲକ ସନ୍ନିକଟ ତାଳପଦା ସରକାରୀ ଉପ୍ରା ବିଦ୍ୟାଳୟରେ ଦିନ ଗୋଟେ ବେଳେ ଅଚାନକ ଭଦ୍ରକ ଜିଲାପାଳ ଦିଲ୍ଲୀପ ରାଉତରାଏ ପହଂଚି ଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ବୁଝିବା ସହିତ ମଧ୍ୟାହ୍ନ ଭୋଜନର ମାନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ। ପରେ ପିଲାଙ୍କ ସହିତ ତଳେ ବସି ମଧ୍ୟାହ୍ନ ଭୋଜନ ନିଜେ ଜିଲାପାଳ ଖାଇ ମାନ ଯାଂଚ କରିଥିଲେ। ତେବେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ଦେଉ ଥିବା ଅର୍ଥ ରୋଷେଇ ପାଇଁ ଯଥେଷ୍ଟ ନୁହଁ। କାରଣ ବଜାର ଦର ଆକାଶ ଛୁଆଁ । ଯଥା ଡାଲି , ପିଆଜ ,ତେଲ , ଅଣ୍ଡା ଓ ପରିବା ଦର ହୁ ହୁ ହୋଇ ବଡୁଛିବୋଲି ପ୍ରଧାନ ଶିକ୍ଷୟତ୍ରୀ ମଧୁସ୍ମିତା ଜେନା ଜିଲ୍ଲାପାଳ ଙ୍କୁ କହିଥିଲେ। ଜିଲାପାଳ ଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ ଓ ଉପ ଜିଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ଦୀପକ ଦାସ, ବିଡ଼ିଓ ବନ ବିହାରୀ ଦିଣ୍ଡା,ବିଇଓ ଜଗବନ୍ଧୁ ସାହୁ, ଏ ବି ଇ ଓ ସତ୍ୟ ସୁନ୍ଦର ପରିଡ଼ାମଧ୍ୟ ଉପସ୍ଥିତ ଥିଲେ। ତେବେ ଜିଲ୍ଲାପାଳ ଏପରି ଅଚାନକ ଭାବେ ଅନ୍ୟ ବିଦ୍ୟାଳୟ କୁ ଗଲେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଚେତନ ଓ ସଜାଗ ରହିବେ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.