Home ଜିଲ୍ଲା ପରିକ୍ରମା ବାତ୍ୟା “ଦାନା” ପାଇଁ ସଜାଗ ପ୍ରଶାସନ, ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା, ବାତ୍ୟା ଆସିଲେ ସରକାରଙ୍କ ମନେ...

ବାତ୍ୟା “ଦାନା” ପାଇଁ ସଜାଗ ପ୍ରଶାସନ, ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା, ବାତ୍ୟା ଆସିଲେ ସରକାରଙ୍କ ମନେ ପଡେ ବାତ୍ୟା ଆଶ୍ରୟସ୍ଥଳୀ

9

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଏହା ବାତ୍ୟାର ରୂପ ନେବା ପରେ ୨୩ ଓ ୨୪ ତାରିଖରେ ଏହ ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ପରେ ଏହି ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ଗତିପଥ ସ୍ଫଷ୍ଠ ହୋଇ ପାରିବ। ଏହି ବାତ୍ୟା “ଦାନା” ପାଇଁ ପ୍ରଶାସନ ସଜାଗ ଅଛି ବୋଲି ସରକାର କହୁଥିବା ବେଳେ ଧାମରା ଅଂଚଳରେ ସାଧାରଣ ଜନତାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ସାଧାରଣ ଜନତାଙ୍କ ପାଇଁ ପ୍ରଶାସନ ଆଖିରେ ନିଦ ହଜି ଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାନ୍ଦବାଲି ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସଫାସଫି କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଭିଡିଓ କନଫେରନ୍ସ ମାଧ୍ୟମରେ କିପରି ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ତାଗିଦ ମଧ୍ୟ କରିଛନ୍ତି। ସୃଷ୍ଟି ହୋଇଥିବା ସାମୁଦ୍ରକି ଘୂର୍ଣିଝଡ ବାତ୍ୟାର ରୂପ ନେବା ଆଗରୁ ଧାମରା ମତ୍ସ୍ୟପୋତାଶ୍ରୟ ମଧ୍ୟରେ ଜୀବନ ଜିବୀକା ନିର୍ବାହ କରୁଥିବା ମତ୍ସ୍ୟଜିବୀଙ୍କୁ ସଜାଗ ରହିବା ସହ ସମୁଦ୍ରକୁ ନଯିବା ପାଇଁ ପ୍ରଚରା ପ୍ରସାର ମାଧ୍ୟମରେ ସାଗର ମିତ୍ର ମାନେ ଅବଗତ କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ଡେପୁଟି ଡାଇରେକ୍ଟର ଫିସରି କୁଅଁର ମାରାଣ୍ଡି, ଡିଏଫଓ ପ୍ରକାଶ ନାୟକ, ସହକାରୀ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ସନ୍ଦୀପ ବେହେରା ଧାମରା ଜେଟୀ, କଇଥଖୋଲା, ଚନ୍ଦନୀପାଳ ମତ୍ସ୍ୟ ନିଲାମ କେନ୍ଦ୍ର, କରଞ୍ଜମାଳ, କରଣପଲ୍ଲୀ ଅଂଚଳ ମାନଙ୍କୁ ଯାଇ ସେଠାକାର ମତ୍ସ୍ୟଜିବୀ ଏବଂ ସାଧାରଣ ଜନତାଙ୍କୁ ଏହି ବାତ୍ୟା ସମୟରେ ସମୁଦ୍ର ମଧ୍ୟକୁ ଯାଇ ମାଛ ଧରିବାକୁ ବାରଣ କରିଥିଲେ।ଚନ୍ଦନୀପାଳ ମତ୍ସ୍ୟ ନିଲାମ ଗ୍ରହରେ ଏକ ସଭା କରି ମତ୍ସ୍ୟଜିବୀ ମାନଙ୍କୁ ଏବଂ ନିଲାମ ବ୍ୟକ୍ତି ମାନଙ୍କୁ ୨୧ ତାରିଖରୁ ୨୬ ତାରିଖ ପଯ୍ୟନ୍ତ ମାଛ ବ୍ୟବସାୟ ବନ୍ଦ କରିବାକୁ ନିର୍ଦେଶ ମଧ୍ୟ ଦେଇଥିଲେ। ଧାମରା ଜେଟୀ ମଧ୍ୟରେ ଅନୁରୂପ ଭାବେ ଏକ ସଭାରେ ସମସ୍ତ ବୋଟ ମାଲିକ ଏବଂ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।ଅନ୍ୟ ପକ୍ଷରେ ଚାନ୍ଦବାଲି ବ୍ଲକରେ ଥିବା ଓସଡାମା ଅଧିକୃତ୨୯ଟି ଏବଂ ରେଡକ୍ରସ ଅଧିକୃତ ୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୧୨ଟି ଅବସ୍ଥା ବାସ ଅନୁପୋଯୋଗୀ ହୋଇ ପଡିଛି। ପ୍ରତିବର୍ଷ ମକଡ୍ରିଲ ସମୟରେ ଏହି ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା ସଂପାଦକ ମାନେ ବହୁବାର ଲିଖିତ ଏବଂ ମୌଖିକ ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ ଫଳରେ କେବଳ ବାତ୍ୟା ଆସିଲେ ଏହି ବାତ୍ୟା ଆଶ୍ରୟସ୍ଥଳୀ କୁ ଖୋଜାଯାଇଛି ନଚେତ ଏହି ସମସ୍ତ ଆଶ୍ରୟସ୍ଥଳୀରେ ଆଶ୍ରୟ ଦେବା ବଦଳରେ କେତେବେଳେ କାହାର ଜୀବନ ନେବ ତାହା ମଧ୍ୟ ଅବଶମ୍ଭାବୀ ହୋଇ ପଡିଛି ବୋଲି ଅଂଚଳବାସୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.