Home ଜିଲ୍ଲା ପରିକ୍ରମା ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଭଦ୍ରକ ମୁସଲିମ ଜମାତର ପ୍ରସ୍ତୁତି ବୈଠକ

ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଭଦ୍ରକ ମୁସଲିମ ଜମାତର ପ୍ରସ୍ତୁତି ବୈଠକ

27

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାରସ୍ଥିତ ମଦିନା ମଇଦାନଠାରେ ସନ୍ଧ୍ୟା ୭ ଘଟିକା ସମୟରେ ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଜଶ୍ନେ ଇଦ୍ ମିଲାଦୁନ୍ ନବୀ ଅବସରରେ ଭଦ୍ରକ ମୁସଲିମ ଜମାତର ପ୍ରସ୍ତୁତି ବୈଠକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲାଙ୍କ ସଭାପତିତ୍ୱରେ ବସିଥିଲା । ଏହି ପ୍ରସ୍ତୁତି ବୈଠକରେ ମୁସଲିମ ଜମାତର ସାଧାରଣ ସଂପାଦକ ହାଜୀ ଏନାମ ମହମ୍ମଦ, ସଂପାଦକ ଶେଖ ସିରାଜୁଦ୍ଦିନ, ଇଦ ମିଲାଦୁନ୍ ନବୀ ତଥା ସିରତ କମିଟିର ସଭାପତି ହାଜୀ ଅବଦୁଲ ମୁକିତ୍ ଖାନ, ଉପ-ସଭାପତି ଇଂ ରେଜାଏ ରସୁଲ, ସଂପାଦକ ଅସରଫ ଅଲୀ ଖାନ, ସହ-ସଂପାଦକ ମହେବୁବ ଖାନ, କୋଷାଧ୍ୟକ୍ଷ ମିର୍ଜା ଏକ୍ରାମ ବେଗ ଏବଂ ୫୬ଟି ବସ୍ତିର ସରଦାରମାନଙ୍କ ଉପସ୍ଥିତିରେ ସିଦ୍ଧାନ୍ତ ହେଲା ଯେ ଚନ୍ଦ୍ରଗଣନା ଅନୁଯାୟୀ ସେପ୍ଟେମ୍ବର ୪ ତାରିଖରେ ଚନ୍ଦ୍ର ଦୃଶ୍ୟ ହୁଏ ତାହେଲେ ୧୬ ସେପ୍ଟେମ୍ବରରେ ଇଦ୍ ମିଲାଦୁନ୍ ନବୀ ପର୍ବ ପାଳନ ହେବ । ଯଦି ସେପ୍ଟେମ୍ବର ୪ ବଦଳରେ ୫ ତାରିଖରେ ଚନ୍ଦ୍ର ହେଲେ ୧୭ ସେପ୍ଟେମ୍ବରରେ ପର୍ବ ପାଳନ କରାଯିବ । ଏହି ପର୍ବରେ ଅପରାହ୍ନ ୪ ଘଟିକାରେ ସମସ୍ତ ଜୁଲୁସ (ମେଢ଼) ଓ କାଫେଲା ପୁରୁଣାବଜାରସ୍ଥିତ ଚୌଖଣ୍ଡିରୁ ଆରମ୍ଭ ହୋଇ ବାଙ୍କା ଛକ, ପୁରୁଣାବଜାର ଛକ, ଲାହାପଟ୍ଟି ଛକ, ନଙ୍ଗାମହଲ୍ଲା ଛକ, କଚେରୀ ଛକ, ନୂଆ ବଜାର, ଗୋଶାଳା ଛକ, ମୋଲ୍ଲାସାହି ହୋଇ ମଦିନା ମଇଦାନରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଏହି ଜୁଲୁସ ଓ କାଫେଲା ମେଢ଼ରେ ଡିଜେ ସାଉଣ୍ଡ ବାଜିବ ନାହିଁ ଓ ହଜରତ ମହମ୍ମଦଙ୍କ ନୀତିବାଣୀ ଉପରେ ନାତ୍ ଶରିଫ୍ ପଢ଼ି ପଢ଼ି ଯିବେ ଏବଂ ଇସଲାମ ଧର୍ମର ଶରିୟତ୍ ହିସାବରେ ସମସ୍ତ କାର୍ଯ୍ୟକ୍ରମ କରିବେ ବୋଲି ଉପସ୍ଥିତ ବୈଠକର ଏକମତ ରହିଛି । ଏହି ବୈଠକରେ ମୁସଲିମ ଜାମତର ଏସ.ଏମ.ଫାରୁକ୍‌, ହାଜୀ କାଶିମ ଖାନ, ହାଜୀ ଅନୱର ହୋସେନ, ଜମିଲ ଅଖତର ଖାନ, ହାଜୀ ସବ୍‌ବୀର ଅଲୀ, ହାଜୀ ତବାରକ୍ ଅଲି, ହାଜୀ ମତଲୁବ୍ ଖାନ, ହାଜି ଅବୁ ହୋସେନ, ଅଖତର ଅଲି, ଇଂ ହବିବୁଲ୍ଲା ଖାନ, ଶେଖ ହବିବୁଲ୍ଲା, ଶେଖ ଅବୁକଲାମ, ମିଡିଆ ସେଲ ସଂପାଦକ ଶେଖ ଅନୱର,ହାଜୀ ହିଫଜୁର ରହେମାନ, ହଜାୀ କୟୁମ ସାହା, ହାଜୀ ସଇଦ ସାହା ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.