Home ଜିଲ୍ଲା ପରିକ୍ରମା ପବିତ୍ର ଜନ୍ମାଷ୍ଟମୀରେ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ, ମଧ୍ୟରାତ୍ରରେ ପାଳନ ହେଲା କଂସ ମହିପାଳ ନୀତି

ପବିତ୍ର ଜନ୍ମାଷ୍ଟମୀରେ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ, ମଧ୍ୟରାତ୍ରରେ ପାଳନ ହେଲା କଂସ ମହିପାଳ ନୀତି

11

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜନ୍ମାଷ୍ଟମୀ ନିତି ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଭଦ୍ରକର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ । ଆଜି ଭୋର୍ ୪.୩୦ ରେ ମନ୍ଦିର ଦ୍ୱାରଫିଟା ନୀତି ସଂପୂର୍ଣ୍ଣ ହେବା ପରେ ମଙ୍ଗଳ ଆରତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସଂପନ୍ନ ହେବା ପରେ ଜନ୍ମାଷ୍ଟମୀ ନୀତି ନିମନ୍ତେ ଶ୍ରୀକୃଷ୍ଣଙ୍କ ମଣ୍ଡପରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ପୂଜାର୍ଚ୍ଚନା । ପରେ ଉପବାସଧାରୀ ଭକ୍ତମାନେ ଭୋଗ ଡାଲା ଲାଗି କରିବା ସହିତ ପୂଜାଲାଗି କରିଥିଲେ । ସନ୍ଧ୍ୟାରେ ଏକ ଖଣ୍ଡିକିଆ ହରିବଂଶ ମହା ପୁରାଣ ପଠନ କରାଯିବା ସହିତ ମଧ୍ୟରାତ୍ରରେ ଘଂଟାକୀର୍ତନ ସହ ଭଗବାନ କୃଷ୍ଣଙ୍କୁ ଏକ ରୌପ୍ୟ ବିମାନରେ ସେବାୟତମାନେ ମଣିବାବାଙ୍କ ମନ୍ଦିରକୁ ଆଣିବା ପରେ ସେଠାରେ ଲୁଚିରହିଥିବା ଉଗ୍ରେସନ ଭଗବାନଙ୍କୁ ବାଟ ଓଗାଳିବାର ଦୃଶ୍ୟ ନିଆରା ଥିଲା । ଯାହାକୁ ଦେଖିବା ପାଇଁ ବହୁ ଭକ୍ତଙ୍କ ଜନସମାଗମ ହୋଇଥିଲା ମଣିବାବାଙ୍କ ମନ୍ଦିର ପରିସରରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.