Home ଜିଲ୍ଲା ପରିକ୍ରମା ଜଳଯୋଗାଣ ଓ ପରିମଳ ବିଭାଗ ଗୋଦାମରୁ ସ୍କ୍ରାପ୍ ବିକ୍ରିକୁ ନେଇ ଉତେଜନା

ଜଳଯୋଗାଣ ଓ ପରିମଳ ବିଭାଗ ଗୋଦାମରୁ ସ୍କ୍ରାପ୍ ବିକ୍ରିକୁ ନେଇ ଉତେଜନା

27
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଗୋଦାମରୁ ସ୍କ୍ରାପ୍ ବିକ୍ରି ହେବାକୁ ନେଇ ତୁମ୍ଭିତୋଫାନ୍ ଦେଖିବାକୁ ମିଳିଛି । ଏକ ପିକ୍‌ଅପ୍ ଭ୍ୟାନ୍ ଆସି ଧାମନଗର କୃଷି କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମ ଘରୁ ସ୍କ୍ରାପ୍ ବୋଝେଇକରି ନେଇଥିଲା । ଗାଡିଟି ଲୋଡ୍ ହୋଇ ଯାଉଥିବାବେଳେ ବ୍ଲକ୍ ନିକଟରେ ସ୍ଥାନୀୟ ଲୋକେ ତାକୁ ଅଟକାଇଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଥିଲା ଯେ ଏହିଭଳି ବେଆଇନ୍ ଭାବେ ଏ ସମସ୍ତ ସ୍କ୍ରାପ୍ ଚୋରାରେ ବିକ୍ରି କରିଦିଆଯାଉଛି । ଏବଂ ଏହି ଘଟଣାରେ ସେମାନେ ଗାଡିଟିକୁ ଅଟକାଇଥିଲେ । ବିଭିନ୍ନ ପଂଚାୟତରେ ଟିବ୍ୱେଲ୍ ଖରାପ ହେବା ପରେ ଲେୟାର ଛାଡିଯାଇଥିବା ଅଚଳ ପାଇପ୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଗୁଡିକୁ ବିଭାଗ ପକ୍ଷରୁ କଡାଯାଇ ଏଠାରେ ରଖାଯାଇଥିଲା । ଏସମସ୍ତ ସ୍କ୍ରାପ୍ ଜମା ହୋଇ ଗୋଦାମ ଭର୍ତି ହୋଇଯାଇଥିଲା । ଏଣୁ ବିଭାଗ ପକ୍ଷରୁ ଗତ ଜୁଲାଇ ମାସରେ ଏହାକୁ ବିକିବା ଲାଗି ନିଲାମ ଡକାଯାଇଥିଲା । କିନ୍ତୁ କେହି ନିଲାମ ନଧରିବାରୁ କନିଷ୍ଟ ଯନ୍ତ୍ରୀ ଜସ୍ମିନ ଦାସ ଏହାକୁ ଗୋଟିଏ ଭେଣ୍ଡର ଠିକ୍ କରି ବିକ୍ରି କରିଦେଉଥିଲେ । ଜିଆଇ ଲୁହା କିଲୋ ପ୍ରତି ୨୭.୫୦ ଟଙ୍କା, କାଷ୍ଟ ଆଇରନ୍ କିଲୋ ପ୍ରତି ୧୯ ଟଙ୍କା ଓ ପିଭିସ୍ ପାଇପ୍ କିଲୋ ପ୍ରତି ୧୩ ଟଙ୍କାରେ ସେ ବିକ୍ରି କରିଥିଲେ । ଲୋକଙ୍କ ଅଭିଯୋଗ ମୂଳେ ବିଭାଗୀୟ ଅଧିକାରିଣୀ ଚୋରାଣିଆ ଭାବେ ଏ ସମସ୍ତ ସ୍କ୍ରାପ୍ ବିକ୍ରି କରିଦେଉଛନ୍ତି । ଏଣୁ ସେମାନେ ଗାଡିଟିକୁ ଅଟକାଇ ଥାନାରେ ଜିମା ଦେଇଥିଲେ । ତେବେ ଜସ୍ମିନ ଦାସ ଥାନାରେ ପହଂଚି ନିଲାମ ସଂପର୍କିତ ଆବଶ୍ୟକୀୟ କାଗଜପତ୍ର ଦେଖାଇବା ପରେ ପୁଲିସ୍ ଗାଡିଟିକୁ ଛାଡିଥିଲା । ତେବେ ଏହି ନିଲାମ କିଭଳି ଭାବେ ହେଲା, ସେ ସମସ୍ତ ଆବଶ୍ୟକ କାଗଜପତ୍ର ସଂପର୍କରେ ବିଡିଓ ବନବିହାରୀ ଦିଣ୍ଡାଙ୍କ ସହ ଯୋଗାଯୋଗ କରାଯିବାରେ ସେ କାଗଜପତ୍ର ସଠିକ୍ ଥିବାର କହିଛନ୍ତି । ମାତ୍ର ଏହି ନିଲାମ ତରବରିଆ ଓ ଲୁକ୍କାୟିତ ଭାବେ କରାଯାଇଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.