Home ଜିଲ୍ଲା ପରିକ୍ରମା ଭଡାଘରୁ ଛାତ୍ରୀଙ୍କ ମୃତଦେହ ଠାବ

ଭଡାଘରୁ ଛାତ୍ରୀଙ୍କ ମୃତଦେହ ଠାବ

32

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବାସୁଦେବପୁର ଥାନା ଅଧୀନସ୍ଥ ବ୍ଲକ୍ ରୋଡ୍‌ରେ ଥିବା ଏକ ଭଡାଘରୁ ଜଣେ କଲେଜ ପଢୁଆ ଛାତ୍ରୀର ମୃତଦେହ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ମୃତ ଯୁବତୀ ଜଣକ ଏହି ଥାନା ଅଧୀନସ୍ଥ ପଦ୍ମପୁର ଜଳଧର ମଳିକଙ୍କ କନ୍ୟା ଅନୁସୟା ବୋଲି ଜଣାପଡିଛି । ଅନୁସୟା ସ୍ଥାନୀୟ ତୃପ୍ତି ମହିଳା ମହାବିଦ୍ୟାଳୟର ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି । ସେ ନିଜର ବଡ ଭଉଣୀ ପୂଜାରାଣୀ ସହିତ ଚାରିମାସ ହେବ ଭଡାରେ ରହୁଥିଲେ । ପୂଜାରାଣୀ ମଧ୍ୟ ଉକ୍ତ କଲେଜରେ ଯୁକ୍ତ ତିନିର ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି । ଦୁଇ ଭଉଣୀ ସାଥୀରେ ରହୁଥିବାବେଳେ ପୂଜାରାଣୀ ପରୀକ୍ଷା ଦେବାକୁ କଲେଜ ଯାଇଥିବାବେଳେ ଅନୁସୟା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.