Home ଜିଲ୍ଲା ପରିକ୍ରମା ସାମାନ୍ୟ ବର୍ଷାରେ ଧାମରାରେ ବିଜୁଳି ସ୍ୱପ୍ନ, ୨୦ ଘଂଟା ପରେ ଆସିଲା ବିଜୁଳି

ସାମାନ୍ୟ ବର୍ଷାରେ ଧାମରାରେ ବିଜୁଳି ସ୍ୱପ୍ନ, ୨୦ ଘଂଟା ପରେ ଆସିଲା ବିଜୁଳି

11

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ସାମାନ୍ୟ ବର୍ଷାରେ ଧାମରା ଅଂଚଳରୁ ବିଜୁଳି ସରବରାହ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗତକାଲି ଅପରାହ୍ନରେ ସାମାନ୍ୟ ବର୍ଷା ପରେ ଧାମରା ବାଂଶଡା ଜାଗୁଳା, ଦୋସିଙ୍ଗା ଏବଂ କଇଥଖୋଲା ପଂଚାୟତରେ ବିଦ୍ୟୁତ୍ ସରବରାହ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କେଉଁ ସ୍ଥାନରେ ସରବରାହରେ ବ୍ୟାହତ ସୃଷ୍ଟି ହୋଇଥିଲା, ସେଥିନେଇ ଟାଟା ପାୱାର (ଟିପିଏନ୍‌ଓଡିଏଲ୍‌) ର କର୍ମଚାରୀମାନେ ସଫଳ ହୋଇନଥିଲେ । ଫଳରେ ହଜାର ହଜାର ଉପଭୋକ୍ତା ଏହି ସେବା ପାଇବାରୁ ବଂଚିତ ହେବା ସହ ୩ଟି ପଂଚାୟତରେ ଥିବା ୧୩ଟି ରାଷ୍ଟ୍ରାୟତ ଏବଂ ୩ଟି ବେସରକାରୀ ବ୍ୟାଙ୍କ ମାନଙ୍କରେ ସାଧାରଣ ଜନତା ସେବା ପାଇବାରୁ ବଂଚିତ ହେଉଥିଲେ । ଧାମରା ଅଂଚଳରେ ଟେଲି ଯୋଗାଯୋଗ ମଧ୍ୟ ବ୍ୟାହତ ହୋଇଥିଲା । ଧାମରା ଠାରୁ ବାଲିମୁଣ୍ଡା ବିଦ୍ୟୁତ୍ ଷ୍ଟ୍ରକଚରର ଦୂରତା ମାତ୍ର ୨୨ କିମି ହୋଇଥିବାବେଳେ ଏହି ସେବା ଯୋଗାଇବା ପାଇଁ ଟାଟା ପାୱାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବାବେଳେ ସେ ଅଂଚଳବାସୀଙ୍କୁ କେଉଁ ପରିସ୍ଥିତିରେ ୨୦ ଘଂଟାରୁ ଉର୍ଦ୍ଧ୍ୱ ଅନ୍ଧକାରରେ ରଖାଗଲା, ସେଥିନେଇ କଂପାନୀର କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ଧାମରାକୁ ବିଦ୍ୟୁତ୍ ସରବରାହ ସବୁ ସମୟରେ ଉପଲବ୍ଧ କରାଇବା ପାଇଁ ଚାନ୍ଦବାଲି ଷ୍ଟ୍ରକଚର (୧୩୨/୩୨) ରୁ ଗୋଟିଏ ଲାଇନ୍ ଧାମରାକୁ ଟଣାଯାଇଥିବାବେଳେ କେବେ ଏହି ଲାଇନ୍‌ରେ ବିଦ୍ୟୁତ୍ ସରବରାହ କରାଯିବ, ତାହା ଉପରେ ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଏହି ଲାଇନ୍‌ରେ ବିଦ୍ୟୁତ୍ ସରବରାହ ହୋଇପାରିଲେ ଧାମରା ଅଂଚଳରେ ୨୪ ଘଂଟା ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରନ୍ତା । ଏଣୁ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଜିଲାପାଳ ଏ ଦିଗରେ ନିର୍ଦ୍ଦେଶ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.