Home ଜିଲ୍ଲା ପରିକ୍ରମା ଶିକ୍ଷାବିତ୍ ମୁରଲୀଧର ପଣ୍ଡାଙ୍କ ସ୍ମୃତିସଭା

ଶିକ୍ଷାବିତ୍ ମୁରଲୀଧର ପଣ୍ଡାଙ୍କ ସ୍ମୃତିସଭା

29

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ଶିକ୍ଷାବିତ୍ ୰ମୁରଲୀଧର ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ନରିପୁରସ୍ଥ ନିଜ ବାସଭବନ ପ୍ରାଙ୍ଗଣରେ ଶ୍ରୀ ହରମୋହନ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କରୁଣାକର ଉପାଧ୍ୟାୟ ସଂଯୋଜନା କରିଥିଲେ । ପ୍ରଥମେ ସ୍ୱର୍ଗତ ପଣ୍ଡାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ପଣ୍ଡିତ ଘନଶ୍ୟାମ ଲେଙ୍କାଙ୍କ ଦ୍ୱାରା ବେଦ ପାଠ କରାଯାଇ ଗୀତା ମଧ୍ୟ ଆବୃତ୍ତି କରାଯାଇଥିଲା । ସ୍ୱର୍ଗତ ପଣ୍ଡାଙ୍କର ବହୁମୁଖୀ ପ୍ରତିଭା ଓ କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ସେ ଜଣେ ଦୟାର୍ଦ୍ର, ପରୋପକାରୀ, ସ୍ଥିତ ପ୍ରଜ୍ଞ ବ୍ୟକ୍ତି ଭାବେ ବକ୍ତାମାନେ ଶ୍ରଦ୍ଧାଞ୍ଜଳି ବାଢିଥିଲେ । ବକ୍ତା – ଡ. ଗୋଲକ ବିହାରୀ ସାହୁ, ଡ. ମନୀନ୍ଦ୍ର ମହାନ୍ତି, ଡ.ବ୍ରଜମୋହନ ମିଶ୍ର, ଆତ୍ମା ପରମାତ୍ମା ସଂପର୍କ ସମ୍ବନ୍ଧରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସ୍ୱର୍ଗତ ପଣ୍ଡାଙ୍କୁ ଜଣେ ଉନ୍ନତ ଆତ୍ମାର ଅଧିକାରୀ ଭାବେ ପ୍ରତିପାଦନ କରିଥିଲେ । ତାଙ୍କର ଉନ୍ନତ ଶିକ୍ଷାଦାନ ପ୍ରଣାଳୀ ଓ ଜୀବନର ବିଭିନ୍ନ ଦିଗ ଉପରେ ଯେଉଁ “ମୁରଲୀ ପଣ୍ଡା ପ୍ରେମୀ” ସ୍ମୃତି ଚାରଣ କରିଥିଲେ । ସେମାନେ ହେଲେ ସର୍ବଶ୍ରୀ ଶାନ୍ତନୁକୁମାର ରାଉତ, ସୁଧାକର ରାଉତ, ଅନାଦି ଚରଣ ଦାସ, ବିନୟ କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ଓଝା, ବସନ୍ତ କୁମାର ଦେ, ତାରକ ଦାସ ଆଢ୍ୟ, ହରେକୃଷ୍ଣ ସାହୁ, ଗୌତମ ମହାରଣା, ମୁକ୍ତିକାନ୍ତ ମହାପାତ୍ର ଗୀତା କୁମାରୀ ପରିଡ଼ା, ଅଜିତ କୁମାର ନାୟକ, ହରେକୃଷ୍ଣ ତ୍ରିପାଠୀ, ସୁକାନ୍ତ କାମିଳା, ଆଶୀଷ କୁମାର ନାୟକ, ନିରଞ୍ଜନ ବିଶ୍ୱାଳ ଏବଂ ଅରବିନ୍ଦ ବସନ୍ତରାୟ ସ୍ୱର୍ଗତ ପଣ୍ଡାଙ୍କର ଜ୍ୟେଷ୍ଠ ପୁତ୍ର ଡାକ୍ତର ବିଶ୍ୱଜିତ ପଣ୍ଡା ତାଙ୍କର ପରିବାର ତରଫରୁ ସଭାରେ ଉପସ୍ଥିତ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.