Home ଜିଲ୍ଲା ପରିକ୍ରମା କବାଟ ଭାଙ୍ଗି ସୁନା,ରୂପା ଚୋରି କରିନେଲେ ଦୃବୁର୍ତ୍ତ

କବାଟ ଭାଙ୍ଗି ସୁନା,ରୂପା ଚୋରି କରିନେଲେ ଦୃବୁର୍ତ୍ତ

24

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ସ୍ଥିତ ବି.ଟି.ପୁର ପଞ୍ଚାୟତ ନୁଆପୋଖରୀ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଦୁର୍ବୁତ ମାନେ କବାଟ ଭାଙ୍ଗି ଜିନିଷପତ୍ର ଓ ସୁନା ରୂପା ଲୁଟି ନେଇଛନ୍ତି । ଗ୍ରାମର ବୁଧଦେବ ଜେନାଙ୍କ ଘରୁ ଏହି ଚୋରି ହୋଇଥିବା ବେଳେ ଅନ୍ୟ ଦୁଇ ପଡ଼ୋଶି ଘର ନିତ୍ୟାନନ୍ଦ ରାଉତ ଏବଂ ଜିତୁ ଦାସ ଚୋରିରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ବିଳମ୍ବିତ ରାତ୍ରରେ ସମସ୍ତେ ଶୋଇଥିବା ବେଳେ ଏହି କାଣ୍ଡ ଭିଆଇ ଥିଲେ ଦୁର୍ବୁତ । ଘରେ ଥିବା ସ୍ୱର୍ଣ୍ଣ ଅଳଙ୍କାର, ନଗଦ ଟଙ୍କା, ଝିଅ ବିଭାଘର ପାଇଁ ଥିବା ଲୁଗାପଟା, ଏଲ୍‌ଆଇସି ପଲିସି ଏବଂ ବ୍ୟାଙ୍କ କାଗଜ ପତ୍ର ଲୁଟି ନେଇଛନ୍ତି । ଉପରୋକ୍ତ ଘଟଣା ନେଇ ବୁଧଦେବ ଆଗରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପକ୍ଷରୁ ଘଟଣା ସ୍ଥଳ ପରିଦର୍ଶନ ପୂର୍ବକ ତଦନ୍ତ ଜାରୀ ରହିଛି । ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଟିଣା ଲୁହା ବେପାର ଆଳରେ ବୁଲୁଥିବା ବାହାର ରାଜ୍ୟର ଲୋକଙ୍କ ହାତ ଥିବାର ସନ୍ଦେହ ପ୍ରକଟ୍ଟ କରାଯାଉଛି । ଅନ୍ୟପକ୍ଷରେ ନିର୍ବିଘ୍ନରେ ସଂପୃକ୍ତ ଅଞ୍ଚଳରେ ରହିଆସୁଥିବା ହିନ୍ଦି ଭାଷା ଭାଷି ଅଜଣା ବ୍ୟକ୍ତିଙ୍କ ପରିଚୟପତ୍ରକୁ କଡ଼ା କଡ଼ି ଭାବେ ତନଖି କରିବାକୁ ଯୁବ ସମାଜ ସେବୀ ଅକ୍ଷୟ କୁମାର ରାଉତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.