Home ଜିଲ୍ଲା ପରିକ୍ରମା ଉର୍ଦ୍ଧୁ ବିଦ୍ୟାଳୟରେ ସାମଗ୍ରୀ ଛାଡୁ ନାହାନ୍ତି ଅଭିଭାବକ

ଉର୍ଦ୍ଧୁ ବିଦ୍ୟାଳୟରେ ସାମଗ୍ରୀ ଛାଡୁ ନାହାନ୍ତି ଅଭିଭାବକ

21

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ଚାରିଘରିଆ ଉର୍ଦ୍ଧୁ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ୨୫ରୁ କମ୍ ଥିବାରୁ ସରକାର ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ବିଦ୍ୟାଳୟଟି ବନ୍ଦ ହେବା ଫଳରେ ଏଠାରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ନିକଟସ୍ଥ ଟିକିରା ବିଦ୍ୟାଳୟରେ ଅଧିକାଂଶ ନାମ ଲେଖାଇଛନ୍ତି । ଇତିମଧ୍ୟରେ ଏହି ମିଶ୍ରଣକୁ ଦିର୍ଘ ବର୍ଷ ପୁରିବାକୁ ବସିଥିବା ବେଳେ ଏଠାରେ ଶିକ୍ଷକତା କରୁଥିବା ଶିକ୍ଷୟତ୍ରୀ ମାନେ ଅନ୍ୟ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ଚାରିଘରିଆ ଉର୍ଦ୍ଧୁ ବିଦ୍ୟାଳୟରେ ପଡି ରହିଥିବା ଆସବାବ ପତ୍ରକୁ ବନ୍ତ ଗୋଷ୍ଠି ଶୀକ୍ଷାଧିକାରୀ ଚିଠି କରିବା ପାରେ ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ କେତକି ଭୂୟାଁ ଆଜି ଆସବାବ ପତ୍ର ଆଣିବାକୁ ଯାଇଥିବା ବେଳେ ଅଭିଭାବକଙ୍କ ମାନେ ବିରୋଧ କରିଥିଲେ । ଅଭିଭାବକ ସେକ୍ ଅବଦୁଲ ମସ୍‌ଜିଦ୍‌,ତହେରା ବିବି,ରତି ଜେନା,ନିଳ ଜେନା,ଆପ୍ରୋଜା ବିବି,ନାଇଦା ବିବି,ଗୁଲସନ୍ ବିବି,ଜହେରା ବିବି,କାଳିଆ ଜେନା,ଅନୁ ଜେନା ପ୍ରମୁଖ ବିଦ୍ୟାଳୟରେ ତାଲା ପକାଇ ଆସବାବ ପତ୍ର ଛାଡି ନଥିଲେ । ଏହି ବିଦ୍ୟାଳୟ ଟିରେ ସଂଖ୍ୟାଲଘୁ ଓ ହରିଜନ ସଂପ୍ରଦାୟର ଛାତ୍ର ଛାତ୍ରୀ ମାନେ ପାଠ ପଢି ଆସୁଥିବା ବେଳେ ଏବେ ବଜାର ଅଞ୍ଚଳ ପାର୍ ହୋଇ ଟିକିରା ବିଦ୍ୟାଳୟକୁ ଯିବା ସମ୍ଭବପର ନୁହେ ବୋଲି ଅଭିଭାବକ ମାନେ କହିଥିଲେ । ଅନ୍ୟପକ୍ଷରେ ଉପରୋକ୍ତ ଘଟଣା ନେଇ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଭୂୟାଁ ନିରାଶ ହୋଇ ଫେରି ବ୍ଲକ ଶିକ୍ଷାଧିକାରୀଙ୍କୁ ସମସ୍ତ ଅବଗତ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.