Home ଜିଲ୍ଲା ପରିକ୍ରମା ଭତ୍ତାରେ ସୀମିତ ରାମଚନ୍ଦ୍ର ଓ ଗୀତା ମାଝିଙ୍କ ଭାଗ୍ୟ, ଜରାନିବାସ ହିଁ ବିକଳ୍ପ,ସହାୟତା ପାଇଁ ନିବେଦନ

ଭତ୍ତାରେ ସୀମିତ ରାମଚନ୍ଦ୍ର ଓ ଗୀତା ମାଝିଙ୍କ ଭାଗ୍ୟ, ଜରାନିବାସ ହିଁ ବିକଳ୍ପ,ସହାୟତା ପାଇଁ ନିବେଦନ

13

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦିବାସୀ ସଂପ୍ରଦାୟର ରାମଚନ୍ଦ୍ର ମାଝି(୭୦) ଏବଂ ଗୀତା ମାଝି(୬୮) ବୟସର ଅପରାହ୍ନରେ ଉପନିତ ହୋଇଛନ୍ତି ଦୁହେଁ । ପରିବାର ଥାଇ ମଧ୍ୟ ସେମାନେ ଏବେ ଅଲୋଡା । ମାସିକ ଭତ୍ତାହିଁ ଜୀବନ ଜିଇଁବାର ଏକମାତ୍ର ମାଧ୍ୟମ ସାଜିଥିବା ବେଳେ ଏବେ କିନ୍ତୁ ଇଛା ମୃତ୍ୟୁକୁ ଅପେକ୍ଷା,କାରଣ ଏବେ ସେ ପରର ମୂଲ ଲାଗି ପାରୁନାହାନ୍ତି କି ଖାଇବା ପିନ୍ଧିବା ପାଇଁ ଅକ୍ଷମ ଅଟନ୍ତି । ଏହିପରି ଏକ ଦାରୁଣିକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡା ସ୍ଥିତ ବ.ଟି.ପୁର ତାରିଣୀ ଛକରେ । ପ୍ରକାଶ ଯେ ଆଯକୁ ୫୦ବର୍ଷ ପୂର୍ବେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ଉଭୟ ସ୍ୱାମୀ ରାମଚନ୍ଦ୍ର ସ୍ତ୍ରୀ ଗୀତା ମୂଲ ଲାଗିବା ପାଇଁ ଏଠାକୁ ପଳେଇ ଆସିଥିଲେ । ଦୁହେଁ ତାରିଣୀ ଛକର ସରକାରୀ ଜାଗାରେ ପଲ୍ଲା ମାରି ରହି ଆସୁଥିଲେ । ଗୀତାଙ୍କ ଆଖିକୁ ଠିକ୍ ଭାବେ ଦୃଶ୍ୟମାନ ନ ହେବାରୁ ଦୁଇ ବର୍ଷ ପୂର୍ବେ ସଂପୃକ୍ତ ଅଞ୍ଚଳର ଅବସରପ୍ରାପ୍ତ କର୍ମଚାରୀ ସଂଘ ସହଯୋଗରେ ତାଙ୍କର ଆଖିରେ ଅସ୍ତ୍ରୋପ୍ରଚାର କରାଯାଇଥିଲା ।

ଏହାର ଠିକ୍ ଏକ ବର୍ଷ ପରେ ସ୍ୱାମୀ ରାମଚନ୍ଦ୍ରଙ୍କର କିଡିନି ଜନିତ ରୋଗ ପାଇଁ ଶରିର ଅସୁସ୍ଥ ହେବାକୁ ଲାଗିଲା । ଏହି ଘଟଣାରେ ନିକଟସ୍ଥ ସୁବର୍ଣ୍ଣେଶ୍ୱର ୟୁଥ୍ କ୍ଲବର ସଭ୍ୟ ସୁଭ୍ରଜ୍ୟୋତି ପଣ୍ଡା ଓ ସୀତାରାମ ମାଝି କଟକ ଏସିବି ମେଡିକାଲ ନେଇ କିଛି ବଦ୍ୟାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଗତ ମାସରେ ଅସ୍ତ୍ରୋପ୍ରଚାର କରାଇଥିଲେ । ସେବେ ଠାରୁ ଯୁବକ ଦ୍ୱୟ ସ୍ୱାମୀ ସ୍ତ୍ରୀ ଉଭୟଙ୍କ ସେବା ଶୂଶ୍ରୁଷା କରି ଆସୁଛନ୍ତି । ଦିନକୁ ଦିନ ଶାରିରୀକ ଅସୁସ୍ଥତା ହେତୁ ଚଲାବୁଲା ଓ ଦୈନଦିନ କାର୍ଯ୍ୟ କରିବା ଏବେ ତାଙ୍କ ପାଇଁ କଷ୍ଟସାଧ୍ୟ ହେଉଥିବା ବେଳେ ଖାଇବା ପିନ୍ଧିବା ପାଇଁ କୌଣସି ସାଧନ ଏବେ ତାଙ୍କ ପାଖରେ ନାହିଁ । ଜରାନିବାସ କିମ୍ବା ଇଛା ମୃତ୍ୟୁ ସେମାନଙ୍କ ପାଇଁ ଏକ ମାତ୍ର ବିକଳ୍ପ ବୋଲି ଏହି ପ୍ରତିନିଧିଙ୍କୁ କୋହଭରା କଣ୍ଠରେ କହିଛନ୍ତି ଦମ୍ପତି ଦ୍ୱୟ । ପ୍ରକାଶଥାଉକି ଗତ ୧୭ତାରିଖ ସୋମବାର ୟୁଥ୍ କ୍ଲବର ସଭ୍ୟମାନେ ଏକ ଭଡା ଗାଡିରେ ଠାକୁରମୁଣ୍ଡାର ପୌତ୍ରୁକ ଗ୍ରାମକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତହିଁ ପରଦିନ ରାମଚନ୍ଦ୍ରଙ୍କ ଭାଇ ଉଭୟଙ୍କୁ ଆଣି ପୁଣି ଏଠାରେ ଛାଡି ଦେଇ ଯାଇଥିଲେ । ଖବରପାଇ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ କୈଳାସ ଚନ୍ଦ୍ର ଧଳ ଦମ୍ପତି ଦ୍ୱୟଙ୍କୁ ଭେଟି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଜରାନିବାସରେ ରହିବା ନେଇ ମହାସଂଘର ପଦାଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.