Home ଜିଲ୍ଲା ପରିକ୍ରମା ୪୦୧ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି

୪୦୧ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି

74

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୪୦୧ ସିଟି ବିଇଡି ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି। ଏମାନେ ଲେବୁଲ-୫ ବି ରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଏମାନଙ୍କ ମଧ୍ୟରୁ ଯୁକ୍ତ ଦୁଇ ଯୋଗ୍ୟତାଧାରୀ ୧୦୭ ଶିକ୍ଷକଙ୍କୁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି। ସେହିପରି ଯୁକ୍ତ ତିନି ଯୋଗ୍ୟତାଧାରୀ ସ୍ନାତକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୨୨୧ ଜଣଙ୍କୁ କଳାରେ, ୭୩ ଜଣଙ୍କୁ ବିଜ୍ଞାନରେ ବିଷୟ ଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ଭଦ୍ରକ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ କାଉନ୍‌ସେଲିଂ କରାଯାଇଛି। ପ୍ରାଥମିକ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ପ୍ରତି ନବ ନିଯୁକ୍ତି ଶିକ୍ଷକମାନେ ଯତ୍ନବାନ ହେବାକୁ ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପରାମର୍ଶ ଦେଇଛନ୍ତି। ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରଣୟ ନାୟକ, ଦୀପକ ପାଢୀ, ୭ଟି ବ୍ଲକ୍‌ର ଶିକ୍ଷାଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ଶିକ୍ଷା ବିଭାଗରେ ଏହି ପଦୋନ୍ନତି ବ୍ୟବସ୍ଥାକୁ ନୂଆ ପେନସନ ଯୋଜନାଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲା ସଭାପତି ଅରବିନ୍ଦ ଦୀକ୍ଷିତ, ସଂପାଦକ ପ୍ରଣୟ ମହାପାତ୍ର, ରାଜ୍ୟ ସଂଗଠନ ସଂପାଦକ ତବରେଜ ଖାଁ, ମହାସଚିବ ଜ୍ୟୋତିର୍ମୟ ଅଗସ୍ତି, କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ରାଉତ ପ୍ରମୁଖ ଜିଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ଓ ଜିଲା ପଦୋନ୍ନତି କମିଟିର ସମସ୍ତ ସଭ୍ୟମାନଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରକାଶଯୋଗ୍ୟ ଲେବୁଲ-୫ ଏ ରେ କାର୍ଯ୍ୟରତ ଶିକ୍ଷକମାନଙ୍କ ମଧ୍ୟରୁ ଯୁକ୍ତ ଦୁଇ ଯୋଗ୍ୟତାଧାରୀ ୧୬୬ ଜଣ ଓ ଯୁକ୍ତ ତିନି ଯୋଗ୍ୟତାଧାରୀ ୪୦୩ ଜଣଙ୍କୁ ଖୁବ୍ ଶୀଘ୍ର ଲେବୁଲ-୫ ବି କୁ ପଦୋନ୍ନତି ଦେବାପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି। ଖୁବଶୀଘ୍ର ୫୬୯ ଜଣ ଶିକ୍ଷକଙ୍କୁ ଲେବୁଲ- ୫ ବି କୁ ଜିଲାସ୍ତରରେ ପଦୋନ୍ନତି ପାଇବାର ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.