Home ଜିଲ୍ଲା ପରିକ୍ରମା କେ. ନାଇଡୁ ଟ୍ରଫି ପାଇଁ ଭଦ୍ରକ କିଶାନ ମନୋନୀତ

କେ. ନାଇଡୁ ଟ୍ରଫି ପାଇଁ ଭଦ୍ରକ କିଶାନ ମନୋନୀତ

29

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାନୁଆରୀ ୧ ତାରିଖରୁ କର୍ଣ୍ଣାଟକର ବାଙ୍ଗାଲୋର ଠାରେ ଆରମ୍ଭ ହେବାକୁ ଥିବା ସି.କେ. ନାଇଡ଼ୁ ଟ୍ରଫି ପ୍ରତିଯୋଗିତା ପାଇଁ ଘୋଷିତ ଓଡ଼ିଶା କ୍ରିକେଟ ଦଳରେ ଭଦ୍ରକ ଜିଲ୍ଳାର କିଶାନ ମନୋହର ମହାନ୍ତି ମନୋନୀତ ହୋଇଛନ୍ତି। କିଶାନଙ୍କ ଘର ଚରମ୍ପା ପାଞ୍ଚପଡ଼ା ଗ୍ରାମରେ। ସେ ପିତା ରତ୍ନାକର ମହାନ୍ତି ଓ ମାତା ନିବେଦିତା ମହାନ୍ତିଙ୍କ ପୁତ୍ର, ସେ ଭଦ୍ରକ ଜୁନିଅର କଲେଜର ଯୁକ୍ତ ୨ ଛାତ୍ର। ସେ ଜଗନ୍ନାଥପୁର କ୍ରିକେଟ କ୍ଲବରୁ ନିଜର କ୍ରିକେଟ କ୍ୟାରିଅର ଆରମ୍ଭ କରିଥିବା ବେଳେ ଏବେ ସେ ଭଦ୍ରକ କ୍ରିକେଟ ଏକାଡେମୀ ପାଇଁ ଖେଳ ଜାରୀ ରଖିଛନ୍ତି। ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପାଇଁ ଆନ୍ତ ବିଶ୍ୱ ବିଦ୍ୟାଳୟ କ୍ରିକେଟ ୨ ଥର ଖେଳିଛନ୍ତି। ତାଙ୍କର ଓଡ଼ିଶା ଦଳରେ ସାମିଲ ହେବା ନେଇ ଭଦ୍ରକ ଜିଲ୍ଳା କ୍ରିକେଟ ଆସୋସିଏସନ ସମ୍ପାଦକ ଧିରେନ ପଲାଇ, ସଭାପତି ଉପେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଜଗନ୍ନାଥପୁର କ୍ରିକେଟ କ୍ଲବର ସମସ୍ତ ସଦସ୍ୟ, ନିଳମାଧବ ଦାସ, ଜ୍ଞାନେନ୍ଦ୍ର ପ୍ରସାଦ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ବିଜୟ ମହାନ୍ତି, ସଇଦ୍ ଖାନ୍‌, ଦେବବ୍ରତ ଜେନା, କୋଚ୍ ଅସିତ୍ ଦାସ, ପୂର୍ଣ୍ଣେନ୍ଦୁ ଜେନା, କ୍ରୀଡା ଶିକ୍ଷକ ମନୋଜ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତା କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.