Home ଜିଲ୍ଲା ପରିକ୍ରମା ଧାମନଗରରେ ବିଜେପି ମୁକୁନ୍ଦଦେବ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ,ବୁଥ୍‌ସ୍ତରରେ ସଂଗଠନ ମଜବୁତ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ...

ଧାମନଗରରେ ବିଜେପି ମୁକୁନ୍ଦଦେବ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ,ବୁଥ୍‌ସ୍ତରରେ ସଂଗଠନ ମଜବୁତ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

3

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁକୁନ୍ଦଦେବ ମଣ୍ଡଳର ଦୋବଲ ଜୋନ୍ ଅଧୀନ ଖଡ଼ିପଦାସ୍ଥିତ କବତେଶ୍ୱର କମ୍ୟୁନିଟି କେନ୍ଦ୍ରଠାରେ ଗତକାଲି ବିଜେପିର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁକୁନ୍ଦଦେବ ମଣ୍ଡଳ ସଭାପତି ପ୍ରମୋଦ କୁମାର ସୂତାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ପଂଚାୟତସ୍ତରରେ ବୁଥ୍ ସଂଗଠନକୁ ଅଧିକ ମଜବୁତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଚିହ୍ନଟ କରି ତାହାର ସମାଧାନ ଦିଗରେ କାର୍ଯ୍ୟକରିବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦିଆଯାଇଥିଲା। ଏଥିସହ ରାଷ୍ଟ୍ରହିତ ଓ ଦଳର ସାଂଗଠନିକ ସ୍ୱାର୍ଥ ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତା ନିଜକୁ ସମର୍ପିତ କରିବାକୁ ମତ ପ୍ରକାଶ ପାଇଥିଲା। ବୈଠକରେ ବରିଷ୍ଠ ନେତା ଅରବିନ୍ଦ ପତି, ପ୍ରଭାରୀ ଅଜୟ ବଳ, ରାମେଶ ପତି, ଅଶୋକ ପଣ୍ଡା, ସୁବାଷ ନନ୍ଦ, ରଞ୍ଜିତ ମହାନ୍ତି, ଅଜୟ ମଲ୍ଲିକ, କୁଳମଣି ବେହେରା, ପ୍ରଦୀପ ଦାସ, ଭଗବାନ ଦାସ, ବିଶ୍ୱନାଥ ଦାସ, ବିଷ୍ଣୁମୋହନ ମିଶ୍ର, ରମାକାନ୍ତ ବେହେରା, ନିରାକାର ତରେଇ, ଗଜେନ୍ଦ୍ର ମାଝୀ, ରାଜୀବ ମାଝୀ, ସୁଧୀର ଶେଖର ରଥ, ରଞ୍ଜିତ ସାହୁ, ନିରଞ୍ଜନ ଜେନା, ସୁମତି ଖିଲାର, ସେବତୀ ସେଠୀ, ମମତା ବେହେରା, ତିଳୋତମା ଜେନା, ଶ୍ରୀକାନ୍ତ ଜେନା, ଦିଲୀପ ସାମଲ, ନାରାୟଣ ସାହାଣୀ, ମଳୟ ଘଡ଼େଇ, ମହେଶ୍ୱର ପତି, ପ୍ରଦୀପ ପଣ୍ଡା, ରାକେଶ ପଣ୍ଡା, ମନୋଜ ପଣ୍ଡା, କିଶୋର ପୃଷ୍ଟି, ଅନନ୍ତ ସାହୁ, ବିନୋଦିନୀ ପୋଥାଳ, ଆଶା ରାଉତ, ଭାଗବତ ପୃଷ୍ଟି, ସୁଦାମ ସାହୁ, ଉମାକାନ୍ତ ସାହୁ, ପ୍ରମୋଦ ବେହେରା, ରବୀନ୍ଦ୍ର ସେଠୀ ଓ ଅନୀଲ ଘଡ଼େଇଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.