Home ଜିଲ୍ଲା ପରିକ୍ରମା ଧାମରା ସାମୁଦ୍ରିକ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଧାମରା ସାମୁଦ୍ରିକ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

4

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅର୍ନ୍ତଗତ ଧାମରା ସାମିଦ୍ରିକ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ସ୍ଥାନୀୟ ଧାମରାଇ ମନ୍ଦିର ସଭାଗୃହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ହୋଇଥିବା ସଭାରେ ଧାମରା ସାମୁଦ୍ରିକ ଥାନାର ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ସମ୍ମାନୀତ ଅତିଥି ଭାବେ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ, ବରେଣ୍ୟ ଅତିଥି ଭାବେ ସାଇ ଅନନ୍ତ ଇଂଟରନେସନାଲ ବିଦ୍ୟାଳୟର ଅଧ୍ୟକ୍ଷ ଅଞ୍ଜନ ମଲିକ, ସମାଜସେବୀ ନରହରି ମଲିକ, ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲର ପ୍ରେମାନନ୍ଦ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ଆଜି ଏହି ଦିବସରେ ସାଇ ଅନନ୍ତ, ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଜାଗୁଳା ଗ୍ରାମ ପଂଚାୟତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଲୌହ ମାନବ ସର୍ଦାର ବଲ୍ଲଭ ।ବଇ ପଟେଲଙ୍କ ଉପରେ ହୋଇଥିବା ଭାଷଣ ଏବଂ ବିତର୍କ ରେ ଅଂଶ ଗ୍ରହଣ କରିଥିଲେ। କନିଷ୍ଠ ବର୍ଗରେ ସାଇ ଇଂଟରନେସନାଲ ବିଦ୍ୟାଳୟର ଶ୍ରଦ୍ଧା ଦାସ, ସାଇ ସଂସ୍କୃତି ମହାନ୍ତି , ପ୍ରିୟ ଦର୍ଶନୀ ମାରାଣ୍ଡିଙ୍କୁ ମାନପତ୍ର ଏବଂ ଉପହାର ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ବର୍ଗରେ ୩ଜଣ ଏବଂ ଏକତ୍ରୀକରଣ ରେ ୪ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ଉପହାର ପ୍ରଦାନ କରାଯାଇଥିଲା। ହୋଇଥିବା କାର୍ଯ୍ୟକ୍ରମରେ ରଜନୀକାନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ,ସଞ୍ଜିବ ମଲିକ, ବିଜୟ ରଣା, ଜ୍ଞାନରଞ୍ଜନ କର, ସୁରେନ୍ଦ୍ର ନାଥ, ରଞ୍ଜନ କୁମାର ଦାସ, ସୁଶାନ୍ତ ନାୟକ, ରତିକାନ୍ତ ସେଠୀ, ଚିତରଞ୍ଜନ ଓଝା, ପର୍ଶୁରାମ ପରିଡା, କୁନା ମାଝୀ, ଦିଲ୍ଲୀପ ରାଉତ, ସାଇକୃଷ୍ଣ ବେହେରା, ଗୁଣନିଧି ବାରିକ,ନନୀଗୋପାଳ ଦାସ, ବଳଭଦ୍ର ବାରିକ,ଶଶିକଳା ସାହୁ ଏବଂ ସୁଚିସ୍ମିତା ଜାମଦା ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.