Home ଜିଲ୍ଲା ପରିକ୍ରମା ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ୧୨ ଦଫା ଦାବିପତ୍ର ପ୍ରଦାନ, ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର...

ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ୧୨ ଦଫା ଦାବିପତ୍ର ପ୍ରଦାନ, ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦାବି

54

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଘୋଷଣା କରିଥିବା ଧାନ କ୍ୟୁଣ୍ଟାଲ ପିଛା ୨ହଜାର ୪୦ଟଙ୍କା ଚାଷୀଙ୍କୁ ୨୪ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବା, ପ୍ରତ୍ୟେକ ଗ୍ରାମ ପଂଚାୟତ ମୁଖ୍ୟାଳୟରେ ସରକାରୀ ମଣ୍ଡି ଖୋଲିବା, ଧାନ କିଣା କମିଟିରେ ଚାଷୀ ଓ କୃଷକ ପ୍ରତିନିଧିଙ୍କୁ ସଭ୍ୟ ରଖିବା, ଭାଗଚାଷୀଙ୍କୁ ଚିହ୍ନଟ କରି ସମସ୍ତ ସହାୟତା ଯୋଗାଇବା, ପୂର୍ବବର୍ଷ ଚାଷୀଙ୍କ କ୍ଷତିକୁ ବିଚାର କରି କ୍ଷତିପୂରଣ ପ୍ରଦାନ, ଧାନ କିଣା ବିକାର ଦଲାଲି ବ୍ୟବସ୍ଥାକୁ ବନ୍ଦ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସରକାର ପ୍ରତ୍ୟେକ ଚାଷୀଙ୍କୁ କ୍ୟୁଣ୍ଟାଲ ପିଛା ୫ଶହ ଟଙ୍କାର ବୋନସ ପ୍ରଦାନ, ଖରାବର୍ଷାରେ ମଣ୍ଡିରେ ପଡ଼ି ରହୁଥିବା ମଣ୍ଡିର ସୁରକ୍ଷା ନିମନ୍ତେ ସରକାର ବ୍ୟବସ୍ଥା କରିବା, ଚାଷୀଙ୍କ କୃଷି ଋଣ ଛାଡ଼ କରିବା ସହିତ ଫସଲ ବୀମାର ସୁଯୋଗ ପ୍ରଦାନ, ଜିଲ୍ଲାର ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଖୋଲିବା, ଚାଷ ନିମିତ୍ତ ସମସ୍ତ ବିଦ୍ୟୁତ୍ ଦେୟ ସମ୍ପୂର୍ଣ୍ଣ ଛାଡ଼ କରିବା ଦାବିରେ ଅଖିଳ ଭାରତ କୃଷକ ମହାସଭା ତିହିଡ଼ି ବ୍ଲକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। କମିଟିର ସଭାପତି ଅଭିମନ୍ୟୁ ରାଉତ, ସଂପାଦକ ନରେନ୍ଦ୍ର ବିଶ୍ୱାଳ, ସିପିଆଇ ଏମଏଲ ଜିଲ୍ଲା ସମ୍ପାଦକ ସମର ବଳ, ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସମ୍ପାଦିକା ଜୟନ୍ତୀ ବିଶ୍ୱାଳ, କୋଷାଧ୍ୟକ୍ଷ ମଧୁସୂଦନ ରାଉତ୍‌, ଯୁଗ୍ମ ସମ୍ପାଦକ ମନ୍ମଥ ବାରିକଙ୍କ ନେତୃତ୍ୱରେ ଏହି ସ୍ମାରକପତ୍ରର ନକଲ ଜିଲ୍ଲା ଯେଗାଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଳାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଶ୍ରୀ ରାଉତଙ୍କ ଅଭିଯୋଗ ଅନୁଯାୟୀ ଚାଷୀ ଆଜି ସଂକଟେରେ। ସେମାନେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖିନ ହେଉଛନ୍ତି। ବର୍ଷ ତମାମ ବିପୁଳ ପରିମାଣର ଅର୍ଥ ଚାଷ କାର୍ଯ୍ୟରେ ବିନିଯୋଗ କରି ମଧ୍ୟ ଉପଯୁକ୍ତ ଫଳ ପାଉ ନାହାନ୍ତି। ଫଳରେ ପରିବାର ପ୍ରତିପୋଷଣ ସେମାନଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ୁଛି। ଅଭାବୀ ବିକ୍ରି ଚାଷୀଙ୍କ ଚୀର ସହଚର ପାଲଟିଛି। ଏପରିକି ଚାଷୀ ଆର୍ଥୀକ ତାଡ଼ନାରେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ। ତେଣୁ ଉପରୋକ୍ତ ଦାବି ପୂରଣ ପାଇଁ ସେ ଦାବି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ସାହୁ, ପ୍ରଭାତ ନାୟକ, ସୁବାଷ ରାଉତ, ଶଙ୍କର୍ଷଣ ରାଉତ, ଅକ୍ଷୟ ନାୟକ, ସୁବାଷ ସ୍ୱାଇଁ, ଅନାଦି ରାଉତ, ବଳଭଦ୍ର ନାୟକ, ବିଦ୍ୟାଧର ଜେନା, ଚନ୍ଦ୍ରମଣୀ ଜେନା, ପ୍ରସନ୍ନ ମଳିକ, ବାଦଲ ମଲିକ, ବିଚିତ୍ରାନନ୍ଦ ଭୂୟାଁ, ଗୋଲେଖ ମହାନ୍ତିଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.