Home ଜିଲ୍ଲା ପରିକ୍ରମା ଆଗରପଡାରେ ଏକତା ଗଣ ଦୌଡ

ଆଗରପଡାରେ ଏକତା ଗଣ ଦୌଡ

4

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷା, ସଂସ୍କୃତି, ପରମ୍ପରାର ସମନ୍ୱୟ ସାଙ୍ଗକୁ ବିବିଧତା ମଧ୍ୟରେ ଏକତାର ବାର୍ତା ନେଇ ସର୍ଦ୍ଦରା ବଲ୍ଲଭ ଭାଇ ପଟେଲଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଆଗରପଡା ଥାନା ପକ୍ଷରୁ ଏକତା ଗଣ ଦୌଡ ଅନୁଷ୍ଠିତ ହୋଇଯାଇଛି । ସକାଳେ ଶତାଧିକ ସ୍ୱେଚ୍ଛାସେବୀ, ଯୁବଛାତ୍ର, ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଥାନାରୁ ବାହରି କୁଆଁସମଢିଆଛକ, ଲକ୍ଷ୍ମୀ ବଜାର ହୋଇ କଲେଜଛକସ୍ଥିତ ମହତାବଙ୍କ ପ୍ରତିମୂର୍ତି ସମ୍ମୁଖରେ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ । ଥାନାଧିକାରୀ ରାଜେଶ କୁମାର ସେଠୀଙ୍କ ତତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଜେପିନେତା ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା, ଚାରିଗାଁ ସମିତିସଭ୍ୟ ଧରଣୀ ଧର କର, ବିଟିପୁର ସମିତିସଭ୍ୟ ପ୍ରତିନିଧି ବସନ୍ତ ପତି, ଆଇନଜିବୀ ଚିନ୍ମୟ ମହାପାତ୍ର, ଗଣମାଧ୍ୟମ ପତ୍ରିନିଧି ହେମନ୍ତ ସିଂହ,ସୁଶାନ୍ତ ଦାସ, ଜିତେନ୍ଦ୍ର ଶତପଥି, ଅକ୍ଷୟ ସିଂହ, ବାବୁରାମ ବେହେରାଙ୍କ ସମେତ ସୁଭେନ୍ଦୁ ବେହେରା, ପ୍ରଦୀପ ପୁହାଣ, ମଦନ କଟୁଆଳ, ଧିବର ସାମଲ,ଜ୍ୟୋତିଶଙ୍କର ପଣ୍ଡା, ପୟୋଧର ବାରିକ, ଲକ୍ଷ୍ମୀଧର ଖିଲାର, ତବାରକ ସାହା, ଲଭଲି ଗୁପ୍ତା ପ୍ରମୁଖ ଦୌଡରେ ସାମିଲ୍ ହୋଇ ଏକତାର ବାର୍ତା ବାଂଟି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.