Home ଜିଲ୍ଲା ପରିକ୍ରମା ବନ୍ତରେ ରନ୍ ଫର ୟୁନିଟ୍ କାର୍ଯ୍ୟକ୍ରମ

ବନ୍ତରେ ରନ୍ ଫର ୟୁନିଟ୍ କାର୍ଯ୍ୟକ୍ରମ

14

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ପୋଲିସ୍ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରନ ଫର ୟୁନିଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବନ୍ତ କଲେଜ ଛକ ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିବା ସହ ଜଳ ସେଚନ କାର୍ଯ୍ୟାଳୟ ଦେଇ ଥାନା ନିକଟରେ ପହଚିଂ ଶେଷ ହୋଇଥିଲା । ଏହି ଶୋଭାଯାତ୍ରାରେ ବନ୍ତ ଥାନାର ଏସଆଇ ଅସ୍ମିତା ପ୍ରଧାନ, ଏଏସଆଇ କମଳାକାନ୍ତ ନାୟକ, ମନମୋହନ ବାରିକ, ବୁଦ୍ଧିରାମ ପୂର୍ତି, ମାନସୀ ଜେନା, ବସନ୍ତ କୁମାର ଜେନା, ରାମଚନ୍ଦ୍ର ନାୟକ, ଜଗବନ୍ଧୁ ମାଟିଆ, ପ୍ରକାଶ କୁମାର ଜେନା, ଅଧ୍ୟାପକ ରାଜେଶ ବିଶ୍ୱାଳ, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, କ୍ଷୀରୋଦ ନାୟକ ସମେତ ଆଚଂଳିକ ମହାବିଦ୍ୟାଳୟର ସଭାପତି ଶୁଶ୍ରୀ ଆୟେଶା ଖୁଟିଂଆ, ଶୁଭସ୍ମିତା ମହାକୁଡ, ସୁନିଲ୍ କୁମାର ପରିଡା, ସୌମ୍ୟପ୍ରଭା ମହାଳିକ, ଜ୍ୟୋତିପ୍ରକାଶ ଜେନା, ଚନ୍ଦନ କୁମାର ଜେନା, ହରପ୍ରିୟା ନାୟକ, ରଜତ କୁମାର ଦାସ, ଅନନ୍ତ କୁମାର ନାୟକଙ୍କ ସମେତ ଆଚଂଳିକ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ବହୁ ଯୁବକ ଏବଂ ବରିଷ୍ଠ ନାଗରିକ ମାନେ ସାମିଲ୍ ହୋଇ ଜନ ସାଧାରଣଙ୍କୁ ଜାତୀୟ ଏକତାର ବାର୍ତା ବାଂଟିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.