Home ଜିଲ୍ଲା ପରିକ୍ରମା ଉତ୍କଳ କମ୍ପ୍ୟୁଟର ଏକାଡେମୀର ୭ମ ବାର୍ଷିକୋତ୍ସବ

ଉତ୍କଳ କମ୍ପ୍ୟୁଟର ଏକାଡେମୀର ୭ମ ବାର୍ଷିକୋତ୍ସବ

16

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ଉପକଣ୍ଠରେ କମ୍ପୁଟର ଶିକ୍ଷାକେନ୍ଦ୍ର ‘ଉତ୍କଳ କମ୍ପ୍ୟୁଟର ଏକାଡେମୀ’ର ସପ୍ତମ ବାର୍ଷିକୋତ୍ସବ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ‘ଉତ୍କଳ ଫାଉଣ୍ଡେସନ’ର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ପରିସରରେ ପୂର୍ବତନ ଏବିଇଓ ପୁରୁଷୋତ୍ତମ ଧଳଙ୍କ ସଭାପତିତତ୍ୱରେ ଅନୁଷ୍ଠିତ ଉତ୍ସବକୁ ଶିକ୍ଷାବିତ ନଟବର ରାଉଳ ଉଦଘାଟନ କରିଥିଲେ। ଏଥିରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟଅତିଥି, ରାଜ୍ୟ ପୁରସ୍କୃତ ନାଟ୍ୟକାର ସୁଧାକର ନନ୍ଦ ମୁଖ୍ୟବକ୍ତା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମାଜସେବୀ ଲକ୍ଷ୍ମୀଧର ନାୟକ, ସାହିତ୍ୟିକ କାର୍ତ୍ତିକ ସ୍ୱାଇଁ, ସମାଜସେବୀ ଶଶିକାନ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ କମ୍ପୁଟର ଶିକ୍ଷା କ୍ଷେତ୍ରରେ ଏକାଡେମୀର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏକାଡେମୀ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରିଥିବା ସୁଧାକର ନନ୍ଦ, ସଂଗ୍ରାମ ଆଚାର୍ଯ୍ୟ ଓ ନଟବର ରାଉଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆନ୍ତଃ ବିଦ୍ୟାଳୟ ତର୍କ, ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସବରେ ପୁରୁସ୍କୃତ କରାଯାଇଥିଲା। କରୋନା ମହାମାରୀ ସମୟରେ ଜନସାଧାରଙ୍କୁ ସହାୟତା ଯୋଗାଇଥିବା ଭଦ୍ରକର ‘ଶହୀଦ ଗଭତ ସେନା’ ଓ ‘ନିୟୁ ଡ୍ରପ’, କୁଲଣାର ‘ନୟୀ ଶୋଚ ସଙ୍ଗଠନ’, ଯାଜପୁରର ‘ସୂର୍ଯ୍ୟର ଆଲୋକ’, କେଉଁଝରର ‘ ମା’ମଙ୍ଗଳା ଫାଉଣ୍ଡେସନ’, ନୀଳଗିରିର ‘ଆଶାର ଆଲୋକ’, ପଦିନାରାୟଣପୁରର ‘ପ୍ରାଣକୃଷ୍ଣ ଧଳ ପାଠାଗାର’ ଅନୁଷ୍ଠାନକୁ ଏକାଡେମୀ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍ଦେଶ୍ୟ ଜ୍ଞାପନ ଓ ଭାଷଣ ଏକାଡେମୀର ପ୍ରତିଷ୍ଠାତା ତ୍ରିଲୋଚନ ଦାଶ ପ୍ରଦାନ କରିଥିଲେ। ଅତିଥି ପରିଚୟ ସତ୍ୟବ୍ରତ ଦାସ ଓ ଧନ୍ୟବାଦ ରତିକାନ୍ତ ନାୟକ ଦେଇଥିଲେ। ପ୍ରଶାନ୍ତ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବକୁ ଏକାଡେମୀର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.