ମାଲକାନଗିରି,୧୨ା୧୧ (ଓଡିଆ ପୁଅ ) ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନାସ୍ ପରୀକ୍ଷା ଆଜି ମାଲକାନଗିରି ଜିଲ୍ଲାରେ ଅନୁଷ୍ଟିତ ହୋଇଯାଇଛି । ଏହି ନାସ୍ ପରୀକ୍ଷାରେ ଜିଲ୍ଲାର ମୋଟ ୧୩୯ଟି ବିଦ୍ୟାଳୟର ଗ୍ରେଡ ୧ରେ ତୃତୀୟ,୫ମ ଶ୍ରେଣୀ ଓ ଗ୍ରେଡ୨ରେ ଅଷ୍ଟମ ,୧୦ମ ଶ୍ରେଣୀର ଛାତ୍ର ଛାତ୍ରୀ ଭାଗନେଇଥିଲେ ।ଏହି ପରୀକ୍ଷା ଦିନ୧୦.୩୦ ରୁ ଆରମ୍ଭ ହୋଇ୧୨.୩୦ ରେ ସରିଥିଲା,ଗଣିତ,ସାମାଜିକ ବି ଜ୍ଞାନ,ଓଡିଆ ଇଂରାଜୀ ଭାଷା ପରିକ୍ଷୀ ହୋଇଥିଲା । ଏହାକୁ ନାସ୍ ସେଲ (ନେସନାଲ ଏଚିଭମେଟଂ ସର୍ଭେ )ସିବିଏସଇ ଦିଲ୍ଲୀ ପ କ୍ଷରୁ ଆୟୋଜନ କରାଯାଇଥିଲା ।କରୋନାର ଭୟାବହତା ମଧ୍ୟରେ ସ୍କୁଲ ବନ୍ଦ ରହିଯାଇଥିବାରୁ ବିଭିନ୍ନ ଅଚଂଳରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜ୍ଞାନର ପରିପ୍ରକାଶ କରିବା ଉଦେଶ୍ୟରେ ଏହି ମେଧା ପରୀକ୍ଷାର ଆୟୋଜନ କରାଯାଇଥିଲା । ମାଲକାନଗିରି ଜିଲ୍ଲା ରେ ହୋଇଥିବା ନାସ୍ ପରୀକ୍ଷାରେ ଜିଲ୍ଲା ସଂଯୋଜକ ଭାବେ ଜବାହାର ନବୋଦୟ ବିଦ୍ୟାଳୟ ୧ର ଅଧ୍ୟ କ୍ଷ ଥିବା ବେଳେ ନୋଡାଲ ଅଫିସର ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କୁ ଦାଇତ୍ୱ ଦିଆ ଯାଇଥିଲା ।ଜିଲ୍ଲାଶିକ୍ଷା ଅଧିକାରୀ ମାନସ କୁମାର ଜେନା ଙ୍କ ସହିତ ଅନ୍ୟାନ ଅଧିକାରୀ ମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ସୁଚାରୁ ଭାବେ ପରୀକ୍ଷା ପରିଚାଳନା ପ୍ରତି ଗୁରୁତ୍ୱ ଦେଇଥିଲେ ।