Home ଜିଲ୍ଲା ପରିକ୍ରମା ଭଦ୍ରକରୁ ଆନ୍ତଃରାଜ୍ୟ ସିନ୍ଧି ଚୋର ଡକାୟତି ଦଳ ଗିରଫ, ବିପୁଳ ପରିମାଣର ସୁନା ଓ ରୂପା...

ଭଦ୍ରକରୁ ଆନ୍ତଃରାଜ୍ୟ ସିନ୍ଧି ଚୋର ଡକାୟତି ଦଳ ଗିରଫ, ବିପୁଳ ପରିମାଣର ସୁନା ଓ ରୂପା ଗହଣା ଜବତ

43

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଦେଉଳିପାଳ ଗ୍ରାମରେ ବିଧାନ ଚୌଧୁରୀଙ୍କ ଘରେ ଗତ ଜୁଲାଇ ୨୧ ତାରିଖ ରାତିରେ ହୋଇଥିବା ସିନ୍ଧି ଚୋରି ଘଟଣାର ତଦନ୍ତ କରିବାକୁ ଯାଇ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାର୍ଡ ୫ ଜଣ ଡକାୟତ ଓ ୪ ଜଣ ଚୋରା ସ୍ୱର୍ଣ୍ଣାଳଙ୍କାର କ୍ରୟ କରିଥିବା ବ୍ୟକ୍ତିଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ସଂପର୍କରେ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତିନ କୁମାର ପଣ୍ଡା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ଜୁଲାଇ ୨୧ ତାରିଖ ରାତିରେ ଶ୍ରୀ ଚୌଧୁରୀଙ୍କ ଘରୁ ହୋଇଥିବା ଚୋରି ମୂଳେ ଗ୍ରାମାଞ୍ଚଳ ଥାନାରେ କେଶ୍ ନଂ ୩୦୭/୨୧, ଦଫା ୪୫୭ / ୩୮୦ ଆଇପିସି ଧାରାରେ ମୋକଦ୍ଦମା ରୁଜୁ ହୋଇ ଥାନାଧିକାରୀ ଶ୍ରୀ ଜେନାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ସିନ୍ଧି ଚୋରମାନେ ବ୍ୟବହାର କରିଥିବା ଏକ ମୋଟର ସାଇକେଲ୍‌ର ନମ୍ବର ପ୍ଲେଟ୍ ଛାଡିଯାଇଥିବା ଆଧାରରେ ଏହି ଦଳର ସୁରାଗ ମିଳିଥିଲା ।

ଏବଂ ପୁଲିସ୍ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ କଣ୍ଟି ଗ୍ରାମର ରବିନ୍ଦ୍ର ବେହେରାଙ୍କ ପୁତ୍ର ଶ୍ରୀକାନ୍ତ ଓରଫ ଲିଟୁ (୩୫) ଧାମନଗର ଥାନା ଅଧୀନସ୍ଥ ଦକ୍ଷିଣବାଡ ଗ୍ରାମର ଜନ୍ମେଜୟ ଜେନାଙ୍କ ପୁତ୍ର ସଂଗ୍ରାମ ଓରଫ କାଳୁ ଓରଫ ଜିତୁ (୨୯) (ଯିଏକି ଖୋର୍ଦ୍ଧା ଜିଲାର ନୟାପଲ୍ଲୀ ଥାନା ଅଧୀନସ୍ଥ ୮ ନଂ ଓଏମ୍‌ସି କଲୋନୀର କ୍ୱାର୍ଟର ଏଫ୍‌-୩୨ ରେ ରହିଆସୁଛି, ଚିଲପତି ଗ୍ରାମର ସ୍ୱର୍ଗତଃ ବିଦ୍ୟାଧର ରାଉତଙ୍କ ପୁତ୍ର ସୁଦର୍ଶନ (୫୫) ଓ ଏହି ଥାନା ଅଧୀନସ୍ଥ ଡିଗି ଗ୍ରାମର କାର୍ତ୍ତିକ ବେହେରାଙ୍କ ପୁତ୍ର ଅତୁଲ (୩୬), ବାସୁଦେବପୁର ଥାନା ଅଧୀନସ୍ଥ ମନ୍ଦାରୀ ଗ୍ରାମର ସ୍ୱର୍ଗତଃ ଉପେନ୍ଦ୍ର ବେହେରାଙ୍କ ପୁତ୍ର ବୃନ୍ଦାବନ (୪୮) ଙ୍କୁ ଜଡିତ ଥିବା ଅଭିଯୋଗରେ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧୨ ଗ୍ରାମ ସୁନା ଓ ୪ କେଜି ରୂପା ଅଳଙ୍କାର ଚୋରାରେ କିଣିଥିବା ୪ ଜଣଙ୍କ ମଧ୍ୟରେ କଟକ ଜିଲାର ଗୋବିନ୍ଦପୁର ଗ୍ରାମନିବାସୀ ନାରାୟଣ ମହାପାତ୍ରଙ୍କୁ ପୁତ୍ର ମଦନ ମୋହନ (୩୦) (ଯିଏ ଭଦ୍ରକ ଟାଉନ୍ ଥାନା ଅଧୀନସ୍ଥ ନୂଆବଜାରର ଶମ୍ଭୁନାଥ ଦତ୍ତଙ୍କ ଘରେ ରହୁଅଛି), ଏହି ଥାନା ଅଧୀନସ୍ଥ ଭଦ୍ରକ କୁଆଁସରେ ରହୁଥିବା ବନ୍ତ ଥାନା ଘରପଡା ଗ୍ରାମର ହରିହର ସାହୁଙ୍କ ପୁତ୍ର ସନ୍ତୋଷ (୪୦), ଯାଜପୁର ଜିଲାର ବିଂଝାରପୁର ଥାନା ଅଧୀନସ୍ଥ ଘଣ୍ଟିଆଳି ଗ୍ରାମର ନିରଂଜନ ସାହୁଙ୍କ ପୁତ୍ର ପ୍ରଭାତ ଓରଫ କାଳିଆ (୩୦) ଏବଂ ଏହି ଜିଲାର ମଂଗଳପୁର ଥାନା ଅଧୀନସ୍ଥ ଦଶରଥପୁର ଗ୍ରାମର ସ୍ୱର୍ଗତଃ ମଧୁସୂଦନ ସାହୁଙ୍କ ପୁତ୍ର ଆନନ୍ଦ ଚନ୍ଦ୍ର (୬୫) ଙ୍କୁ ମିଶାଇ ସମସ୍ତ ୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛନ୍ତି । ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଏମାନଙ୍କ ନାମରେ ଭଦ୍ରକ, ଯାଜପୁର ଓ ଢେଙ୍କାନାଳର ବିଭିନ୍ନ ଥାନାରେ ୫୦ ରୁ ଉର୍ଦ୍ଧ୍ୱ ସିନ୍ଧି ଚୋରି, ଡକାୟତି ମାମଲା ରହିଥିବାବେଳେ ବାଲେଶ୍ୱର, ଭୁବନେଶ୍ୱର ଓ ମୟୂରଭଂଜ ଭଳି ଜିଲାରେ ଏକାଧିକ ମୋକଦ୍ଦମା ରହିଛି । ଏମାନଙ୍କ ନିକଟରୁ ପୁଲିସ୍ ଚୋରି ସୁନାରୂପା ଗହଣା ସହ ବ୍ୟବହାର କରୁଥିବା ୩ଟି ମୋଟର ସାଇକେଲ୍‌, ଆଧାର କାର୍ଡ, ଭୋଟର କାର୍ଡ, ୫ଟି ମୋବାଇଲ୍ ଓ ସେମାନେ ସିନ୍ଧିଚୋରିରେ ବ୍ୟବହାର କରୁଥିବା ବିଭିନ୍ନ ହାତ ହତିଆର ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.