ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଆଜି ଜିଲା ଅବକାରୀ ବିଭାଗ ପକ୍ଷରୁ ତିହିଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫ୍ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ତିହିଡି ଥାନା ଅଧୀନସ୍ଥ ସଦାନନ୍ଦପୁର, କୁବେରା, ଦେଉଳା, ଦୋଳସାହି, ନୂଆନନ୍ଦ ଓ ହାଟୁଆରି ଗ୍ରାମରେ ଚଢାଉ କରି ୧୦୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ସଦାନନ୍ଦପୁରର ଟିକ ଜେନା, ଦୋଳସାହିର ଅଜୟ କୁମାର ନାୟକ ଓ ହାଟୁଆରି ଗ୍ରାମର ମାଧବାନନ୍ଦ ମଳିକଙ୍କୁ ଗିରଫ କରିଛନ୍ତି । ଜବତ ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏସ୍ଆଇ ସନ୍ତୋଷ ବଳ, ଏଏସ୍ଆଇ ପ୍ରହ୍ଲାଦ ସାମଲ ଓ ଦୀପକ ରାଉତ, କନେଷ୍ଟବଳ ସତ୍ୟରଂଜନ ସେଠୀ, ମିଥୁନ ଜେନା, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ରଶ୍ମିରେଖା ଜେନା ପ୍ରମୁଖ ସାମିଲ ଥିଲେ । ଏ ନେଇ ତିହିଡି ଅବକାରୀ ଥାନା ପକ୍ଷରୁ ୩ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।