Home ଜିଲ୍ଲା ପରିକ୍ରମା ୫ ମାସ ବିତିଯାଇଥିଲେ ବି ମହିଳା ମହାସଂଘ ସମସ୍ୟାର ସମାଧାନ କଲେ ନାହିଁ ବିଡିଓ

୫ ମାସ ବିତିଯାଇଥିଲେ ବି ମହିଳା ମହାସଂଘ ସମସ୍ୟାର ସମାଧାନ କଲେ ନାହିଁ ବିଡିଓ

24

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଭଗବାନପୁର ପଂଚାୟତର ମହିଳା ମହାସଂଘରେ ସିଆରପି, ଏମ୍‌ବିକେ ନିଯୁକ୍ତିରେ ହେରଫେର ଓ ମହାସଂଘ ସଭାନେତ୍ରୀ, ସଂପାଦିକାଙ୍କ ମନମୁଖୀ କାର୍ଯ୍ୟକଳାପ ଭଳି ଅନିୟମିତତା ବିରୁଦ୍ଧରେ ଆଜି ପୁଣିଥରେ ଶତାଧିକ ମହିଳା ପଂଚାୟତ ସମିତି ଘେରାଉ କରିଛନ୍ତି । ଏହି ମହିଳାମାନେ ବିଡିଓଙ୍କ ଅନୁପସ୍ଥିତିରେ ଆଜି ଏବିଡିଓଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଭଗବାନପୁର ମହିଳା ମହାସଂଘର ସଭାନେତ୍ରୀ ସ୍ୱର୍ଣ୍ଣଲତା ସେନାପତି ଓ ସଂପାଦିକା ପଙ୍କଜିନୀ ପାତ୍ର ମନମୁଖୀ କାର୍ଯ୍ୟ କରିବା ମଧ୍ୟରେ ସିଆରପି ଓ ଏମ୍‌ବିକେ ନିଯୁକ୍ତିରେ ଅନିୟମିତତା କରି ମହାମାରୀ ସମୟରେ ଆସିଥିବା ଅନୁଦାନ ହେରଫେର କରିଛନ୍ତି । ଏହି ଅଭିଯୋଗକୁ ନେଇ ଗତ ଫେବୃୟାରୀ ମାସରେ ମହାସଂଘର ସଦସ୍ୟାମାନେ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ବିଡିଓ ସମସ୍ୟାର ସମାଧାନ ଏପ୍ରିଲ ମାସରେ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଉକ୍ତ ଧାରଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଦୀର୍ଘ ୫ ମାସ ବିତିଯାଇଥିଲେ ବି ତାର କୌଣସି ସମାଧାନ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଏଣୁ ଆଜି ମହାସଂଘର ମହିଳାମାନେ ପୁଣି ଥରେ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓଙ୍କୁ ଲିଖିତ ଅଭିଯୋଗ ଦେବା ସହ ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ପୁଣି ପଂଚାୟତ ସମିତି ଘେରିବା ସହ ରାସ୍ତାରୋକ କରିବାକୁ ବାଧ୍ୟ ହେବେ ବୋଲି ସାଗରିକା ପଟ୍ଟନାୟକ, ଗୀତାରାଣୀ ବେହେରା, ବର୍ଷାରାଣୀ ସାହୁ ଓ ଜାନକୀ ଦାସ ସମେତ ବହୁ ସଦସ୍ୟା ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.