କୋରାପୁଟ ୨୬-୦୬ (ଓଡିଆ ପୁଅ /ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ ୩୬ଜଣ ମହିଳାଙ୍କ ସମେତ ୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୧୭ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଳରୁ ୧, ଜୟପୁର ପୌରାଂଚଳରୁ ୧୩ ଓ ସୁନାବେଡା ପୌରାଂଚଳରୁ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର କୋଟପାଡ ଏନଏସି ଏବଂ ବନ୍ଧୁଗାଁ ବ୍ଲକରୁ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନାହାନ୍ତି । ସେହିପରି ଆଜି ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୫,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୯ ଓ କୋରାପୁଟ ବ୍ଲକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୨,କୁନ୍ଦୁରା ବ୍ଲକରୁ ୪,ଲମତାପୁଟ ବ୍ଲକରୁ ୫, ଲକ୍ଷ୍ମୀପୁର ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୨.ନାରାୟଣପାଟଣା ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୨ ଏବଂ ସେମିଲିଗୁଡା ବ୍ଲକରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୫ ତାରିଖ ସୁଦ୍ଧା ୩ ଲକ୍ଷ ୬୯ ହଜାର ୮ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୬ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୬୮୮୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୭୬ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା ଜିଲ୍ଲାରେ କରୋନାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।