Home ଜିଲ୍ଲା ପରିକ୍ରମା କ୍ଷେତମଜଦୂର ନେତା ସୁରେନ୍ଦ୍ର ନାୟକଙ୍କ ସ୍ମୃତିଚାରଣ ସଭା

କ୍ଷେତମଜଦୂର ନେତା ସୁରେନ୍ଦ୍ର ନାୟକଙ୍କ ସ୍ମୃତିଚାରଣ ସଭା

2

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ଉପସଭାପତି, ଭଦ୍ରକ ଜିଲ୍ଲାର ବିଶିଷ୍ଟ କ୍ଷେତମଜଦୂର ନେତା ସୁରେନ୍ଦ୍ର ନାୟକଙ୍କ ସ୍ମୃତି ଚାରଣ ସଭା ଗେଲଟୁଆ ପଂଚାୟତ ଅନ୍ତର୍ଗତ କୁଆପଦା ଗ୍ରାମରେ କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ଭଦ୍ରକ ଆଂଚଳିକ କମିଟି ସଂପାଦକ ରାଧାନାଥ ଦାସ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ଦଲୱାଜି ହବିବ୍‌, ବିଜୁ ଜନତା ଦଳ ଯୁବ ନେତା ନାସିରୁଦ୍ଦିନ ଖାନ୍‌, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଆଇନଜୀବୀ ପାର୍ଥସାରଥି ପଣ୍ଡା, ବିନୋଦ ସାହୁ, ଯୁବନେତା ସଂଗ୍ରାମ ଦାସ, ଓଡିଶା ଜୀବିକା ମିଶନ ସଂଗଠକ ରଘୁନାଥ ପୂହାଣ, ସନାତନ ପଣ୍ଡା,ଶୀର୍ଷାନନ୍ଦ ମହାପାତ୍ର, ମୃତ୍ୟୁଞ୍ଜୟ ଧୂପାଳ, କୃଷିମିତ୍ର ଦୀପକ ମଲ୍ଲିକ, ଆଇନଜୀବୀ ବିଜୟ ରାଉତ, ଆଇନଜୀବୀ ସଞ୍ଜୟ ନାୟକ, ମୋହନ ଚରଣ ଜେନା, ରଙ୍ଗାଧର ଚିନାରା, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପ୍ରୟାତ ଜନନେତା ସୁରେନ୍ଦ୍ର ନାୟକଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଆମ ଦେଶରେ ବର୍ତମାନ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମ ଦେଶରେ ଚାଲିଥିବା ଏସ ଆଇ ଆର ବିରୋଧୀ ଐତିହାସିକ ଜନଆନ୍ଦୋଳନରେ ସାମିଲ ହେଲେ ସୁରେନ୍ଦ୍ର ନାୟକ ଙ୍କ ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସ୍ମୃତିଚାରକ ମାନେ ମତଦେଇଥିଲେ ।ଏହି ସ୍ମୃତି ଚାରଣ ସଭାରେ ଜନନେତା ସୁରେନ୍ଦ୍ର ନାୟକଙ୍କ କନ୍ୟା ସୁଶ୍ରୀ ଶ୍ରାବଣୀ ନାୟକ ଧନ୍ୟବାଦ ଜଣାଇଥିଲେ ।ଏହି ସ୍ମୃତି ଚାରଣ ସଭାରେ ଗେଲଟୁଆ ପଂଚାୟତ ସମେତ ଭଦ୍ରକ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।ଦଶହରା ବନ୍ଧୁମିଳନକୁ ଦିଆଯାଏ ପ୍ରାଥମିକତା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.