Home ଓଡ଼ିଶା ରଣପୁର ରେ କୃଷି ଓ ଗଣତନ୍ତ୍ର ବଂଚାଅ ଦାବୀ 

ରଣପୁର ରେ କୃଷି ଓ ଗଣତନ୍ତ୍ର ବଂଚାଅ ଦାବୀ 

71

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୬- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି ଅଫିସ ସାମ୍ନା ରେ ଓଡିଶା କୃଷକ ସଭା , ସି.ଆଇ.ଟି.ୟୁ ଓ କ୍ଷେତ ମଜଦୁର୍ ୟୁନିଅନ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି । ୩ ଟି କଳା କୃଷି ଆଇନ କୁ ତୁରନ୍ତ ପତ୍ୟାହାର, ୧୯୫୫ ମସିହା ଅତ୍ୟାବଶକ ସାମଗ୍ରୀ ଆଇନ ଲାଗୁ କରିବା , ୨୦୨୦ ଜନ ବିରୋଧି ବିଦ୍ୟୁତ୍ ଆଇନ ବାତିଲ୍ , ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ , କରୋନା ତାଲା ବନ୍ଦ ସମୟରେ ପ୍ରତି ଗରିବ ପରିବାର କୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଓ ଆୟକର  ଦେଉନଥିବା ପରିବାର କୁ ମାସିକ ୭,୫୦୦ ଟଙ୍କା ସହାୟତା ଦାବୀ କରାଯାଇଥିଲା ।

ମୋଦୀ ସରକାର ଙ୍କ କରୋନା ଆଳ ରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି କରାଯାଇଥିବାର ଅନୁଭବ କରି ସମାଲୋଚନା କରାଯାଇଥିଲା । ପୁଞ୍ଜିପତି ସପକ୍ଷବାଦି ଓ ଶ୍ରମିକ ମାରଣ ନିତୀ ସରକାର ଆଦରି ନେଇଛନ୍ତି ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିବାଦ ସଭାରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର , ଶ୍ରମିକ ନେତା ସୁରେଶ ସ୍ୱାଇଁ , କ୍ଷେତ୍ ମଜଦୁର୍ ୟୁନିଅନ ନେତା ନିତ୍ୟାନନ୍ଦ ପରିଡା ସମେତ ସୁଶିଲ୍ ମହାନ୍ତି , ଭୀକାରି ଚରଣ ସାହୁ , ଗଦାଧର ପ୍ରଧାନ , ସଂଜୁକ୍ତା ସେଠୀ ଓ ସୁକାନ୍ତି ଜେନା ଆଦି ଅନେକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.