Home କୋରାପୁଟ ପଟ୍ଟାଙ୍ଗୀର ପୂର୍ବତନ ବିଧାୟିକାଙ୍କ ବିୟୋଗରେ ସ୍ମୃତିସଭା

ପଟ୍ଟାଙ୍ଗୀର ପୂର୍ବତନ ବିଧାୟିକାଙ୍କ ବିୟୋଗରେ ସ୍ମୃତିସଭା

53

କୋରାପୁଟ ୨୭-୦୬(ଓଡିଆ ପୁଅ / ରଂଜନ ଦାସ) ପଟ୍ଟାଙ୍ଗୀର ପୂର୍ବତନ ବିଧାୟିକା ତଥା କୋରାପୁଟ ଜିଲ୍ଲା ପରଷଦର ପୂର୍ବତନ ସଭାପତି ଚନ୍ଦ୍ରମା ସାଆନ୍ତାଙ୍କ ବିୟୋଗରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନିଙ୍କ ଅଧ୍ୟକ୍ଷତାରେ ଆୟୋଜିର ସ୍ମୃତିସଭାରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ସ୍ମୃତିଚାରଣ କରାଯାଇଥିଲା ।ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି ,କୋରାପୁଟ ବିଜୁ ଜନତା ଦଳର ସମ୍ପାଦକ ତଥା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ବୈକୁଣ୍ଠ ମଣ୍ଡଳ ,ଜିଲ୍ଲା ପରିଷଦ ସଭାପତିଙ୍କ ବ୍ୟକ୍ତିଗତ ସହାୟକ ସନ୍ତୋଷ ବେହେରା ,ସମାଜସେବୀ ଗଙ୍ଗାଧର ସାଗର ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର କର୍ମଚାରୀମାନେ ସ୍ମୃତିିସଭାରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.