Home କୋରାପୁଟ କୋରାପୁଟ ଜିଲ୍ଲାରେ  ୬୯ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୬୯ଜଣ କରୋନା ପଜିଟିଭ ଚିହ୍ନଟ

44

କୋରାପୁଟ ୨୬-୦୬ (ଓଡିଆ ପୁଅ /ରଂଜନ ଦାସ)ଶନିବାର କୋରାପୁଟ ଜିଲ୍ଲାରେ  ୩୬ଜଣ ମହିଳାଙ୍କ ସମେତ   ୬୯ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୮୧୭ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଳରୁ ୧,  ଜୟପୁର ପୌରାଂଚଳରୁ ୧୩  ଓ  ସୁନାବେଡା ପୌରାଂଚଳରୁ  ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର  କୋଟପାଡ ଏନଏସି ଏବଂ  ବନ୍ଧୁଗାଁ ବ୍ଲକରୁ ଜଣେ ହେଲେ  ପଜିଟିଭ ଚିହ୍ନଟ ହୋଇ ନାହାନ୍ତି । ସେହିପରି  ଆଜି  ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୫,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୯ ଓ କୋରାପୁଟ ବ୍ଲକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୨,କୁନ୍ଦୁରା ବ୍ଲକରୁ ୪,ଲମତାପୁଟ ବ୍ଲକରୁ ୫, ଲକ୍ଷ୍ମୀପୁର ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୨.ନାରାୟଣପାଟଣା ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୨ ଏବଂ ସେମିଲିଗୁଡା ବ୍ଲକରୁ   ୮ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୫  ତାରିଖ ସୁଦ୍ଧା ୩ ଲକ୍ଷ ୬୯ ହଜାର ୮ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୬ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୮୮୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୭୬ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା  ଜିଲ୍ଲାରେ  କରୋନାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.