Home ଜିଲ୍ଲା ପରିକ୍ରମା ଶିଶୁ ମହୋତ୍ସବ ସୁରଭି

ଶିଶୁ ମହୋତ୍ସବ ସୁରଭି

2

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ପନ୍ଦରବାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଆଁଳପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶୁକ୍ରବାର ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୈତନ୍‌ଯ ବିଶ୍ୱାଳଙ୍କ ଅଧ୍ୟକ୍ଷତା ଓ ସିଆରସିସି ବ୍ରଜ କିଶୋର ସିଅଳଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ଥାଟ୍ଟେଇ, ନିରୋଦ ବେହେରା, ସନ୍ୟାସୀ ମିଶ୍ର, ପୂର୍ବତନ ସିଆରସିସି ପ୍ରଦୀପ କୁମାର ଦାଶ, ଧୂଷିୁରୀ କ୍ଲଷ୍ଟର ସିଆରସିସି ଅଭୟ କୁମାର ସାହୁ, ଶିକ୍ଷକ ତୃପ୍ତି ରଂଜନ ବିଶ୍ୱାଳ, ସାମାଜିକ କର୍ମୀ କ୍ଷୀରୋଦ ବେହେରା, ସତ୍ୟପ୍ରିୟ ମହାନ୍ତି, ପ୍ରମୋଦ ସେଠୀ, ସେକ୍ ବାବର ଅଲ୍ଲୀ ଏସଏମସି ଅଧ୍ୟକ୍ଷ ରଶ୍ମିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁରଭି ହିଁ ଶିଶୁ ମାନଙ୍କ ପ୍ରେରଣାର ଉତ୍ସ ଓ ଲୁକ୍କାୟିତ ଗୁଣାବଳିକୁ ଉନ୍ମୋଚନ କରିବାର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। କ୍ଲଷ୍ଟର ଅଧୀନରେ ଥିବା ୮ ଟି ବିଦ୍ୟାଳୟର ୬୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ଇଭେଂଟରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭିକୁ ଉନ୍ନୀତ କରା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.