Home ଜିଲ୍ଲା ପରିକ୍ରମା ଅଗ୍ନି ବିପନ୍ନ ପରିବାରକୁ ସହଯୋଗର ହାତ ବଢାଇଲା ଗୋପବନ୍ଧୁ ସେବା ସଂଘ

ଅଗ୍ନି ବିପନ୍ନ ପରିବାରକୁ ସହଯୋଗର ହାତ ବଢାଇଲା ଗୋପବନ୍ଧୁ ସେବା ସଂଘ

30

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ପୀରହାଟ ଅଧୀନସ୍ଥ ମୁସଲିମ୍ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ଫାଟି ବିପନ୍ନ ହୋଇଥିବା ସାହାଜୀ ପରିବାରଙ୍କୁ ସହଯୋଗର ହାତ ବଢାଇଛି ଗୋପବନ୍ଧୁ ସେବା ସଂଘ । ଏଠାରେ ସୂଚନାଯୋଗ୍ୟ ଗ୍ୟାସ୍ ସିଲିଣ୍ଡର ଫାଟି ସାହାଜୀ ପରିବାରଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବାବେଳେ ତିନିଜଣ ଆହତ ହୋଇଥିଲେ । ତିହିଡି ସ୍ଥିତ ଗୋପବନ୍ଧୁ ସେବା ସଂଘ ଏହି ଖବର ପାଇ ଉକ୍ତ ପରିବାରକୁ ସମବେଦନା ଜଣାଇବା ସହ ୨୦ ଦିନର ଶୁଖିଲା ଓ ରନ୍ଧା ଖାଦ୍ୟ ସହ ଲୁଗା, ଗାମୁଛା, ଲୁଙ୍ଗି, ମଶାରି, ସପ, ବାଲ୍‌ତି ଓ ମଗ ଭଳି ଘରୋଇ ଉପକରଣ ପ୍ରଦାନ କରିଛି । ସଂଘର ସଭାପତି ରାଜୀବ କୁମାର ନାୟକ, ଉପସଭାପତି ରତ୍ନାକର ସାହୁ, ସଂପାଦକ ନିର୍ମଳ ଦଳେଇ, କୋଷାଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ, ଦୀପକ ପରିଡା, ଅଭିରାମ ଦାସ, ସେକ୍ ଲିଆକତ୍‌, ପ୍ରବୀର କୁମାର ଧଳ, ତାରାକାନ୍ତ ପଣ୍ଡା, ନିରାକାର ମଲ୍ଳିକ, କାର୍ତ୍ତିକ ମଲ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ଆକାଶ ଜେନା, ହିମାଂଶୁ ମଲ୍ଲିକ, ଗୋଲାମ ମୁସ୍ତଫା ଓ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ସଦସ୍ୟମାନେ ଉକ୍ତ ଗ୍ରାମରେ ପହଞ୍ôଚ ଏହି ସହାୟତା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.