କୋରାପୁଟ ୧୭-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କରୋନା ମହମାରୀ ସମୟରେ ବେସରକାରୀ ଆମ୍ବୁଲାନସ ସେବା ସଂସ୍ଥା ତଥା ଡ୍ରାଇଭର କୋଭିଡ ରୋଗୀଙ୍କଠାରୁ ଅଧିକା ଭଡା ଅସୁଲ କରୁଥିବା ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ବେସରକାର ଆମ୍ବୁଲାନସ ନିମନ୍ତେ ଭଡା ନିର୍ଦ୍ଧାରଣ କରିଥିବା ଜଣାପଡିଛି ।ମାରୁତି ଓମିନି ଓ ଇକୋ ଆମ୍ବୁଲାନସ ଗାଡି ନିମନ୍ତେ ୧୦ କିମି ପର୍ଯ୍ୟନ୍ତ ୪୦୦ଙ୍କ ଓ ୧୦ କିମିରୁ ଅଧିକା ହେଲେ ଅତିରିକ୍ତ କିମି ପିଛା ୧୨ ଟଙ୍କା ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବୋଲେରୋ ଆମ୍ବୁଲାନସ ଗାଡି ନିମନ୍ତେ ୧୦ କିମି ପର୍ଯ୍ୟନ୍ତ ୫୦୦ ଟଙ୍କା ଓ ୧୦ କିମିରୁ ଅଧିକା ହେଲେ ଅତିରିକ୍ତ କିମି ପିଛା ୧୫ ଟଙ୍କା ନେବାକୁ କୁହାଯାଇଥିବା ବେଳେ ଓିଙ୍ଗର ଓ ଫୋର୍ସ ଆମ୍ବୁଲାନସ ଗାଡି ନିମନ୍ତେ ୧୦ କିମି ପର୍ଯ୍ୟନ୍ତ ୬୦୦ଟଙ୍କା ଓ ୧୦ କିମିରୁ ଅଧିକା ହେଲେ ଅତିରିକ୍ତ କିମି ପିଛା୧୮ ଟଙ୍କା ନେବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଜିଲ୍ଲାପ୍ରଶାସନ କରିଥିବା ଭଡା ନିର୍ଦ୍ଧାରଣଠାରୁ ଅଧିକା ଭଡା ଅସୁଲ କରାଗଲେ ଡ୍ରାଇଭର ଓ ଗାଡି ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ କରାଯାଇଛି ।