ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୧୧ ଘଟିକା ସମୟରେ ଚୁନଟି ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟ ସଭାପତି ଲକ୍ଷ୍ମଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚୁନଟି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ ରତ୍ନାକର ସାମଲ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ସହ ଶିକ୍ଷାଧିକାରୀ ତଥା ସଂଘର ଉପଦେଷ୍ଟା ଅଭିମନ୍ୟୁ ସାହୁ ମୁଖ୍ୟ ବକ୍ତା ସନ୍ତୋଷ କୁମାର ମିଶ୍ର, ସଚ୍ଚିକାନ୍ତ ମିଶ୍ର, ରମେଶ ପଣ୍ଡା, ବଳରାମ ପତି, ସତ୍ୟବ୍ରତ ରାଉତ, ରଞ୍ଜିତ ମହାନ୍ତ, ଉର୍ମିଳାରାଣୀ ପାଣିଗ୍ରାହୀ, ଭଗବାନ ଚନ୍ଦ୍ର ମଲ୍ଲିକ, ସଞ୍ଜୟ ଦାସ, ଅଜୟ ପଣ୍ଡା, ଲକ୍ଷ୍ମୀନାରାୟଣ ରାଉତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆଜି ସଭାରେ ନୂତନ ଭାବରେ ନିଯୁକ୍ତି ପାଉଥିବା +୨ ସିଟି ଶିକ୍ଷକମାନଙ୍କର ଦରମା ୨୮୦୦ ଗ୍ରେଡ ପେ ପ୍ରଦାନ, ୬ଷ୍ଠରୁ ୮ମ ଶ୍ରେଣୀ ପଢାଉଥିବା ଶିକ୍ଷକମାନଙ୍କର ଯୋଗ୍ୟତା ଆଦର୍ଶ ବିଦ୍ୟାଳୟ ଭଳି ବି.ଇଡି. ଯୋଗ୍ୟତା ଧାର୍ଯ୍ୟ କରିବା ଏବଂ ଏଲିମେଣ୍ଟାରୀରୁ ନିଯୁକ୍ତ ପାଇଥିବା ଶିକ୍ଷକମାନଙ୍କର ଏଡିଓ, ଏଲିମେଣ୍ଟାରୀରୁ ଡେପୁଟି ଡାଇରେକ୍ଟର ରୁ ଜଏଣ୍ଟ ଡାଇରେକ୍ଟର ପଦବୀ ଶିକ୍ଷକମାନଙ୍କ ଦ୍ୱାରା ପୂରଣ କରିବା ପାଇଁ ସରକାରଙ୍କ ଠାରେ ସଭା ଦୃଢ ଦାବୀ ଉପସ୍ଥାପନା କଲା । ସଂଘକୁ ସୁଦୃଢ କରିବା ପାଇଁ ସଂଘର କେତୋଟି ପଦବୀ ସର୍ବସମ୍ମତିକ୍ରମେ ଅସ୍ଥାୟୀ ଭାବେ ଚୟନ କରାଗଲା । ଅକ୍ଷୟ କୁମାର ମିଶ୍ର ସାଧାରଣ ସମ୍ପାଦକ ଭାବେ, ଉର୍ମିଳାରାଣୀ ପାଣିଗ୍ରାହୀଙ୍କୁ ଉପସଭାପତି, ରଞ୍ଜିତ ମହାନ୍ତଙ୍କୁ ଯୁଗ୍ମ ସମ୍ପାଦକ ରୂପେ ଅସ୍ଥାୟୀ ଭାବରେ ମନୋନିତ କରାଯାଇ ଶପଥ ପାଠ କରାଯାଇଥିଲା । ଚୁନଟି ବିଦ୍ୟାଳୟର ପ୍ରତିଷ୍ଠାତାଙ୍କୁ ରାଜ୍ୟ ସଂଘ ଏକ ଉତ୍ତରୀୟ ପ୍ରଦାନ କରି ରାଜ୍ୟ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ଏଭଳି ମଣିଷମାନଙ୍କ ପାଇଁ ଶିକ୍ଷାୟତନ ଉନ୍ନତି ଚରମ ସୀମାରେ ପହଞ୍ôଚପାରିବ ବୋଲି କର୍ମକର୍ତ୍ତମାନେ ମତ ପ୍ରକାଶ କରିଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଭାକର ଖଟୁଆ ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଥିଲେ ।