Home ଜିଲ୍ଲା ପରିକ୍ରମା ଓଡ଼ିଶା ଦିବସ : ରାଜ୍ୟବାସୀଙ୍କ ପାଇଁ ସଂକଳ୍ପର ମହାର୍ଘ ମୁହୂର୍ତ୍ତ

ଓଡ଼ିଶା ଦିବସ : ରାଜ୍ୟବାସୀଙ୍କ ପାଇଁ ସଂକଳ୍ପର ମହାର୍ଘ ମୁହୂର୍ତ୍ତ

26

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷା ଭିତ୍ତିରେ ଗଢା ଓଡ଼ିଶାକୁ ୮୫ ବର୍ଷ ପୂରି ୮୬ ବର୍ଷ ଚାଲିଲା, ଆଉ ମାତ୍ର ୧୩ ବର୍ଷ ପରେ ଓଡ଼ିଶା ହେବ ଶତାୟୁ । ଆଗରେ ଅଛି ଅନେକ ସ୍ୱପ୍ନ ଓ ସମ୍ଭାବନା । ବହୁ ମହାମନିଷୀଙ୍କ ଦୁର୍ବାର ଆନ୍ଦୋଳନ ଓ ବଳିଦାନରେ ଗଢା ଆମ ଓଡ଼ିଶା ବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପାଇଁ ଏହି ଦିବସଟି ସ୍ମୃତି ଆଉ ସଂକଳ୍ପର ମହାର୍ଘ ମୁହୂର୍ତ୍ତ ବୋଲି ଚରମ୍ପା ସ୍ଥିତ ଜନତା ସେବା କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଦିବସ ପାଳନ ଅବସରରେ ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଭଦ୍ରକର ବରିଷ୍ଠ ଆଇନଜୀବୀ ତଥା ଆଜୀବନ ସଂଗ୍ରାମୀ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବକ୍ତାମାନେ ଯଥା : ଜନତା ସେବା କେନ୍ଦ୍ରର ସଭାପତି ବିଶ୍ୱନାଥ ଅଗ୍ରୱାଲ, କୈଳାସ ମହାପାତ୍ର, ଆଇନଜୀବୀ ତୁଷାରକାନ୍ତି ମହାନ୍ତି, ଗିରିଧାରୀ ନାଥ, ପବନ ଶର୍ମା, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ସୀତାକାନ୍ତ ଦାସ, ଶିକ୍ଷକ ଶରତ ମଲ୍ଲିକ, ଯୁବ ସମାଜସେବୀ ଶିଶିର ମିଶ୍ର, ସୁଶାନ୍ତ ଚୌଧୁରୀ, କୁଳମଣି ବେହେରା, ଅନ୍ନପୂର୍ଣ୍ଣା ସାହୁ ଏବଂ ସୁବ୍ରତ ଦାସ ପ୍ରମୁଖ ଓଡ଼ିଶା ଦିବସ ସଂକ୍ରାନ୍ତରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପରେ ଉତ୍କଳର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଜନତା ସେବା କେନ୍ଦ୍ରର ସ୍ଥାୟୀ ସଭାପତି ବିଶ୍ୱନାଥ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.