କେନ୍ଦ୍ରାପଡା, ୨୮/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗୁଣ୍ଠି ଗ୍ରାମର ଯୁବ ଉଦ୍ୟୋଗୀ ରଞ୍ଜନ କୁମାର ସାହୁଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ନ୍ଧିତ କରାଯାଇଛି। ଶ୍ରୀ ସାହୁ କଲିକତା, ବାଙ୍ଗାଲୁର, ମୁମ୍ବାଇ ପ୍ରଭୃତି ବଡ ବଡ ସହରରେ କପଡା କାରଖାନାରେ ମ୍ୟାନେଜର ଭାବେ କାର୍ଯ୍ୟକରି ଆସୁଥିଲେ। ଦୁଃଖକଷ୍ଟ ଭରା ଜୀବନରେ ଓଡିଶାରୁ କାମ ପାଇଁ ଯାଉଥିବା ମା, ଭଉଣୀ ମାନଙ୍କୁ ସହଯୋଗର ହାତ ବଢାଇଛନ୍ତି। କରୋନା ମହାମାରୀ ସମୟରେ କଳ କାରଖାନା ସବୁ ବନ୍ଦ ହୋଇ ଯିବାରୁ ସେଠାରେ ରହୁଥିବା ମହିଳା ଶ୍ରମିକମାନଙ୍କୁ ସାହାଯ୍ୟ କରିବା ସହିତ ନିଜ ଗ୍ରାମରେ ଏକ ଛୋଟ କପଡା କାରଖାନା ତିଆରି କରି ସେଥିରେ ୫୦ରୁ ୬୦ ଜଣ ମହିଳା ଓ ଯୁବତୀଙ୍କୁ ରୋଜଗାର କ୍ଷମ କରାଇଛନ୍ତି। ତାଙ୍କର ଏହି କାର୍ଯ୍ୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦମନ କୁମାର ମହାନ୍ତି, କେଦାର ସ୍ୱାଇଁ, ଚିତରଞ୍ଜନ ଖୁଣ୍ଟିଆ, ଅଲେଖ ନାୟକ, ଦିଲିପ ଜେନା ପ୍ରମୁଖ ତାଙ୍କୁ ସମ୍ବର୍ନ୍ଧନା ଦେଇଛନ୍ତି।